fbpx

ମୋବାଇଲ୍ ୟୁଜର୍ସ ସାବଧାନ! ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ହେଉଛି ଅନଲାଇନ୍ ଠକେଇର ଶିକାର

Advertisement

ନୂଆଦିଲ୍ଲୀ: ଭାରତରେ ଏବେ ପ୍ରତି ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି । ଛୋଟ ପିଲାଠାରାୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ର ବ୍ୟବହାରରେ ଅଭ୍ୟସ୍ତ ହୋଇସାରିଲେଣି । ହେଲେ ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତେ ପରିମାଣରେ ଠକେଇର ଖବର ମଧ୍ୟ ସାମନାକୁ ଆସୁଛି । କାରଣ ସାଇବର୍ ଠକ ମାନେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଠକିବା ପାଇଁ ଅନେକ ପନ୍ଥା ଆପଣାଉଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟୁଛନ୍ତି । ତେଣୁ ଏହିଭଳି ଠକେଇରୁ ବର୍ତ୍ତିବା ପାଇଁ ସାଇବର୍ ବିଶେଷଜ୍ଞ ମାନେ ବାରମ୍ବାର ଲୋକଙ୍କୁ ଚେତାବନୀ ଦେଉଛନ୍ତି । ହେଲେ ତାପରେ ବି ଅନେକ ନିଜ ଅଜାଣତରେ ଠକ ମାନଙ୍କ ଫାଶରେ ପଡ଼ିଯାଇଛନ୍ତି ।

ନିକଟରେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ, ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ମୋବାଇଲ୍ ବ୍ୟବହାରକାରୀ ଫିଶିଂଗ ଲିଙ୍କ୍ ରେ କ୍ଲିକ୍ କରୁଛନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ଫିଶିଙ୍ଗ ଲିଙ୍କରେ ଅଟୋମେଟିକାଲି କ୍ଲିକ୍ ହୋଇଯାଉଛି । ଫିଶିଂଗ ଟ୍ରେଣ୍ଡସ୍ ର ଆକଳନ ମୁତାବକ, ଭାରତ ସମେତ ୧୦ଟି ଦେଶରେ ପାଖାପାଖି ୫ ଲକ୍ଷ ଡିଭାଇସ୍ ଉପରେ ଫିଶିଂଗ ଲିଙ୍କ୍ କ୍ଲିକ୍ କରିବା ଉପରେ ଅଧ୍ୟୟନ ହୋଇଛି । ଫିଶିଂଗ ଲିଙ୍କ୍ ରେ କ୍ଲିକ୍ କରୁଥିବା ୟୁଜର୍ସଙ୍କ ସଂଖ୍ୟା ପ୍ରତି ବର୍ଷକୁ ବର୍ଷ ହିସାବରେ ୧୬୦ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ସମୟରେ ପାଖାପାଖି ୯୩ ପ୍ରତିଶତ ଫିଶିଂଗ ଡୋମେନ୍ସ କୁ ଗୋଟିଏ ସିକ୍ୟୁର୍ ୱେବସାଇଟ୍ ରୁ ହୋଷ୍ଟ କରାଯାଉଛି । ଏଥିରେ ଡେଲକ୍ ୟୁଆରଏଲ୍ ର ବ୍ୟବହାର କରାଯାଉଛି ।

ଅର୍ଥାତ୍ ସାଧାରଣ ଶବ୍ଦରେ କହିବାକୁ ଗଲେ ଜଣେ ବ୍ୟକ୍ତି ଫ୍ରଡ୍ ଲିଙ୍କ୍ ଗୁ ଜାଣିବା ଅସମ୍ଭବ । ତେବେ ଏହାର ସଂଖ୍ୟା ୨୦୧୮ରୁ ୬୫ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟ କରାଯାଇଛି । ତେବେ ଏହି ଫିଶିଂଗ ହେଉଛି ଏକ ସୋସିଆଲ୍ ଇଞ୍ଜିନିୟରିଂ । ଏହା ସାହାଯ୍ୟରେ ଅପରାଧି ମାନେ ଲୋକଙ୍କ ଫୋନ୍ ରୁ ସେମାନଙ୍କ ଆର୍ଥିକ ନେଣଦେଣ ସହ ଜଡ଼ିତ ତଥ୍ୟ ଚୋରି କରିଥାନ୍ତି । ବର୍ତ୍ତମାନ ସମୟରେ ଏହାର ପରିମାଣରେ ଖୁବ୍ ବଢ଼ିଯାଇଛି ।

Get real time updates directly on you device, subscribe now.