ଆଡିଲେଡ୍: ଆଜିଠାରୁ ଭାତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟ ଖେଳାଯିବ । ସ୍ଥାନୀୟ ଆଡିଲେଡ୍ ଓଭାଲରେ ବହୁପ୍ରତୀକ୍ଷିତ ଦିବାରାତ୍ର ଟେଷ୍ଟ ଗୋଲାପି ବଲରେ ଖେଳାଯିବ । ଏହି ମୁକାବିଲାରେ ଭାରତୀୟ ବ୍ୟାଟିଂ କ୍ରମ ଏବଂ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ । ପର୍ଥ ଟେଷ୍ଟରେ ୨୯୫ ରନର ବଡ଼ ବ୍ୟବଧାନରେ ଜିତି ଭାରତ ୧-୦ରେ ଆଗୁଆ ରହିଥିବା ବେଳେ କଙ୍ଗାରୁ ଦଳକୁ ମାତ୍ ଦେବା ଲକ୍ଷରେ ରହିଛି ।
ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଆଡିଲେଡ୍ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନିଜ ବ୍ୟାଟିଂ କ୍ରମକୁ ନେଇ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ । ପର୍ଥରେ କେ. ଏଲ ରାହୁଲ ଓ ଯଶସ୍ୱୀ ଚମତ୍କାର ବ୍ୟାଟିଂ କରିଥିବାରୁ ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ନେଇ କହିଛନ୍ତି ରୋହିତ । ରୋହିତ ମଧ୍ୟକ୍ରମରେ ଖେଳିବା ନେଇ ସୂଚନା ଦେଇଛନ୍ତି । ଭାରତର ପ୍ଲେଇଂ ୧୧ରେ ଯଶସ୍ୱୀ ଜୟସୱାଲ, କେ. ଏଲ ରାହୁଲ, ଶୁଭମନ୍ ଗିଲ, ବିରାଟ କୋହଲି, ଋଷଭ ପନ୍ତ(ୱିକେଟ ରକ୍ଷକ), ରୋହିତ ଶର୍ମା(ଅଧିନାୟକ), ନୀତିଶ ରେଡ୍ଡି, ରବିଚନ୍ଦ୍ରନ ଅଶ୍ୱିନ୍, ହର୍ଷିତ ରାଣା, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ରହିଛନ୍ତି ।