IND vs NZ Final: ଭାରତକୁ ବଡ଼ ସଫଳତା, ରାଚିନଙ୍କ ପରେ ୱିଲିୟମସନଙ୍କୁ ଆଉଟ କଲେ କୁଲଦୀପ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଦୁବାଇରେ ଖେଲାଯାଉଛି। ଏଥିରେ ଭାରତକୁ ୩ୟ ସଫଳତା ମିଳିଛି।

ନୂଆଦିଲ୍ଲୀ: ଆଜି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମ ୱିକେଟ୍‌: ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ସେ ୱିଲ ୟଙ୍ଗଙ୍କୁ ଆଉଟ କରିଛନ୍ତି। ସେ ୨୩ ବଲରେ ୧୫ ରନ କରି ପାଭେଲିୟନ ଫେରିଛନ୍ତି।

ଦ୍ୱିତୀୟ ୱିକେଟ: କୁଲଦୀପ ଯାଦବ ରାଚିନ ରବିନ୍ଦ୍ରଙ୍କୁ ପ୍ରଥମେ ଆଉଟ କରି ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ରାଚିନ ରବିନ୍ଦ୍ର ୨୯ ବଲରେ ୩୭ ରନ କରି ଆଉଟ ହୋଇଯାଇଛନ୍ତି।

ତୃତୀୟ ୱିକେଟ: ୭୫ ସ୍କୋରରରେ ନ୍ୟୁଜିଲାଣ୍ଡକୁ ତୃତୀୟ ଝଟକା ମିଳିଛି। କୁଲଦୀପ ଯାଦମ କେନ ୱିଲିୟମଙ୍କୁ ୧୧ ରନରେ ଆଉଟ କରିଦେଇଛନ୍ତି। ୧୫ ଓଭରରେ ନ୍ୟୁଜିଲାଣ୍ଡ ଦଳ ୩ ୱିକେଟ ହରାଇ ୮୩ ରନ କରିସାରିଛି।