fbpx

ଭୁବନେଶ୍ୱରଙ୍କ ଭୟଙ୍କର ବୋଲିଂରେ ଫାଟିଲା ନିଶମଙ୍କ ବ୍ୟାଟ୍, ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: କୋଚ୍ ରାହୁଲ ଦ୍ରାବିଡ ଏବଂ ହିଟ୍ ମ୍ୟାନ୍ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍ ରେ ମାତ୍ ଦେଇଛି। ଓପନର କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ସହଜରେ ପରାସ୍ତ କରିଛି । ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ତେବେ ବୋଲିଂରେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛି । ମ୍ୟାଚ୍ ରେ ଭୁବନେଶ୍ୱର କୁମାରଙ୍କ ଦମଦାର୍ ବୋଲିଂ ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର କୁମାର ୪ ଓଭରରେ ଗୋଟିଏ ୱିକେଟ୍ ନେଇଥିଲେ । ସେ ନିଜର ଧୁଆଁଧାର ବୋଲିଂରେ ନିଶମ୍ ଙ୍କୁ ପାଭିଲିୟାନ୍ ର ରାସ୍ତା ଦେଖାଇଥିଲେ । ଭୁବିଙ୍କ ଅପୋଜିଟ୍ ରେ ନିଶମ୍ ଖୁବ୍ ସଂଘର୍ଷମୟ ପରିସ୍ଥିତିରେ ଥିବା ଦେଖାଯାଉଥିଲେ । ଏହି ସମୟରେ ଗୋଟିଏ ସଟ୍ ଖେଳିବା ସମୟରେ ଭୁବିଙ୍କ ବୋଲିଂରେ ନିଶମଙ୍କ ବ୍ୟାଟ୍ ଫାଟି ଯାଇଥିଲା । ତେବେ ତାଙ୍କ ଫଟା ବ୍ୟାଟ୍ ର ଫଟୋ ଓ ଭିଡିଓ ସୋସ୍ରିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭୁବି ନିଜ ଶେଷ ଓଭର୍ ରେ ଏପରି କରିଥିଲେ । ବ୍ୟାଟ୍ ଫାଟିବା ଦେଖି ନ୍ୟୁଜିଲାଣ୍ଡ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭୁବିଙ୍କ ଏହି ଧୁଆଁଧାର ବୋଲିଂରେ ନ୍ୟୁଜିଲାଣ୍ଡର ପିଞ୍ଚ୍ ହିଟର୍ ନିଶମ୍ ୧୨ ବଲ୍ ରେ ତିନି ରନ୍ କରି ଆଉଟ୍ ହୋଇଯାଇଥିଲେ । ତେବେ କିୱି ଟିମ୍ ୨୦ ଓଭରରେ ୧୫୩ ଳରନ୍ କରିଥିଲେ । ଜବାବ୍ ରେ ଭାରତ ୧୭.୨ ଓଭରରେ ଲକ୍ଷ୍ୟ ହାସଲ କରିସାରିଥିଲେ ।

Get real time updates directly on you device, subscribe now.