fbpx

ମହମ୍ମଦ ଶାମୀଙ୍କ ଫ୍ୟାନ ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଶଂସା କରି କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ବିଶ୍ୱକପ ୨୦୨୩ ର ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ମହମ୍ମଦ ଶାମୀ ଚମତ୍କାର ବୋଲିଂ କରି ସାତୋଟି ୱିକେଟ୍ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାମୀଙ୍କ ବୋଲିଂକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ କହିଛନ୍ତି ଯେ, ଉଜ୍ଜ୍ୱଳ ବ୍ୟକ୍ତିଗତ ପ୍ରଦର୍ଶନ ହେତୁ ଆଜିର ସେମିଫାଇନାଲ ଅଧିକ ସ୍ୱତନ୍ତ୍ର ହୋଇପାରିଛି। ମହମ୍ମଦ ଶାମୀଙ୍କ ଚମତ୍କାର ବୋଲିଂ ଭବିଷ୍ୟତ ପିଢ଼ି କ୍ରିକେଟ୍ ପ୍ରେମୀଙ୍କ ଦ୍ୱାରା ସ୍ମରଣୀୟ ହେବ। ଭଲ ଖେଳିଲା ଶାମୀ! ”

ଚଳିତ ବର୍ଷର ବିଶ୍ୱକପ୍‌ରେ ଶାମୀ ୬ଟି ମ୍ୟାଚ୍‌ରେ ୨୩ ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରି ୩୯୭ ରନ୍ ସ୍କୋର କରିଥିଲା। ଏହି ସ୍କୋରକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଦଳ ୩୨୭ ରନ୍ ପାଇଁ ହାରିଥିଲା। ବିଶ୍ୱକପରେ ଭାରତୀୟ ଦଳର ଏହା କ୍ରମାଗତ ଦଶମ ବିଜୟ।

ଭାରତ ପାଇଁ ମହମ୍ମଦ ଶାମୀ ୯.୫ ଓଭରରେ ୫୭ ଟି ୱିକେଟ୍ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବହୁ ନେତା ଭାରତର ବିଜୟକୁ ଅଭିନନ୍ଦନ ଜଣାଇଛନ୍ତି।

Get real time updates directly on you device, subscribe now.