fbpx

IND vs NZ WTC Final: ୨୧୭ ରନ୍ ରେ ଅଲଆଉଟ୍ ହେଲା ଭାରତୀୟ ଦଳ

ଭାରତ : ଲଣ୍ଡନରେ ଚାଲିଥିବା IND vs NZ WTC ଫାଇନାଲ ୨୦୨୧ ରେ ଆଜି ଭାରତୀୟ ଦଳ ଏହାର ପ୍ରଥମ ଇନିଂସରେ ମାତ୍ର ୨୧୭ ରନ କରି ଅଲଆଉଟ ହୋଇଛି । ନ୍ୟୁଜିଲାଣ୍ଡ ପାଇଁ କାଇଲ ଜେମସନ ୩୧ ରନ୍ ଦେବାସହ ଏବଂ ୫ ୱିକେଟ ନେଇଛନ୍ତି ।

ଫାଇନାଲରେ ଭାରତର ପ୍ରଥମ ଇନିଂସ ୨୧୭ରନ ସହ ଶେଷ ହୋଇଛି । ଅଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ କୋହଲି କେବଳ ୪୪ ଏବଂ ରୋହିତ ୩୪ ସ୍କୋର କରିଛନ୍ତି । ନ୍ୟୁଜିଲାଣ୍ଡ ପାଇଁ କାଇଲ ଜେମସନ ୩୧ ରନ୍ ଦେବାସହ ଏବଂ ୫ ୱିକେଟ ନେଇଛନ୍ତି । ନିଲ୍ ୱାଗନର୍ ଏବଂ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.