fbpx

‘ଆମ କହିବାରର ଅଧିକାରକୁ ଛଡାଇ ପାରିବେନି ଆପଣ’, ସାଂସଦମାନଙ୍କ ନିଲମ୍ବନକୁ ନେଇ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ

Advertisement

ନୂଆଦିଲ୍ଲୀ: ଶୀତ ଅଧିବେସନରେ ୧୪୬ ଜଣ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ମେଣ୍ଟ I.N.D.I.A  ବ୍ଲକର ସିନିୟର ନେତାମାନେ ଶୁକ୍ରବାରଦିନ ଜନ୍ତର-ମନ୍ତରରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମେଣ୍ଟର ବଡ ବଡ ନେତା ଉପସ୍ଥିତ ଥିଲେ ।

ପ୍ରଦର୍ଶନ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମିଡିଆ ଏବଂ ଲୋକମାନଙ୍କୁ ସମ୍ବୋନ୍ଧିତ କରିଛନ୍ତି । ସେ ସାଂସଦଙ୍କ ନିଲମ୍ବନକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଭଲ ଆଇନ ଆସେ ସେତେବେଳେ ଆମେ ସମର୍ଥନ କରିଥାଉ । ହେଲେ ସରକାର ଯାହା କରୁଛନ୍ତି ତାହା ଭଲ ନୁହେଁ । ସେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମ ସମ୍ବିଧାନ ଅନୁଯାୟୀ, ସମସ୍ତଙ୍କୁ କହିବାର ଅଧିକାର ଏବଂ ସ୍ୱାଧୀନତା ଦିଆଯାଇଛି । ଏହି ସ୍ୱାଧୀନତା ଆମକୁ ଜବାହାରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଏବଂ ଡ. ଆମ୍ବେଦକରଙ୍କଠାରୁ ମିଳିଛି । ଆପଣଙ୍କ ଘରେ କେଉଁ ବ୍ୟକ୍ତି ମଧ୍ୟ ଆମକୁ ସ୍ୱାଧୀନତା ଦେଇନାହାନ୍ତି । ସେହି ଲୋକ ଆମକୁ କହୁଛନ୍ତି ଯେ, ଦେଶକୁ ନଷ୍ଟ ଆମେ କରୁଛୁ । ସମସ୍ତଙ୍କୁ ବାହାରକୁ ବାହାର କରିଦେଇଛନ୍ତି । ଆମ ସାଂସଦଙ୍କୁ ବାହାର କରି ତିନୋଟି ଆଇନ ପାସ କରିଛନ୍ତି ।

Get real time updates directly on you device, subscribe now.