ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ହକି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଛି। ଭାରତ ପକ୍ଷରୁ ଅରିଜିତ ସିଂହ ୪ଟି ଗୋଲ୍ ଦେଇଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଦିଲରାଜ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା। ତୃତୀୟ କ୍ୱାର୍ଟର ଶେଷ ବେଳକୁ ଉଭୟ ଦଳ ସମାନ ହୋଇଯାଇଥିଲେ। କିନ୍ତୁ ତା’ପରେ ଭାରତ ବିଜୟୀ ହୋଇଥିଲା।
ଏହି ମ୍ୟାଚ୍ ର ପ୍ରଥମ ଗୋଲ୍ ପାକିସ୍ତାନ କରିଥିଲା। ପ୍ରଥମ କ୍ୱାର୍ଟରରେ ତୃତୀୟ ମିନିଟରେ ହନାନ ସାହିତ୍ ଗୋଲ୍ ଦେଇଥିଲେ। କିନ୍ତୁ ଏହା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଚତୁର୍ଥ ମିନିଟ୍ ରେ ଅରିଜିତ ସିଂହ ଏକ ସଫଳ ପେନାଲ୍ଟି କର୍ନର ସ୍କୋର କରି ଗୋଲ୍ ଦେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଦଳ ୧-୧ ଗୋଲରେ ଆଗୁଆ ରହିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ଅଗ୍ରଣୀ ହାସଲ କରିଥିଲା।
ଅରିଜିତ ପୁଣି ଥରେ ପେନାଲ୍ଟି କର୍ଣ୍ଣରକୁ ସଫଳ କରି ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଉ ଏକ ଗୋଲ ସ୍କୋର କରିଥିଲା। ୧୯ତମ ମିନିଟ୍ ରେ ଦିଲରାଜ ସିଂହ ଗୋଲ୍ ଦେଇଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ଗୋଲ୍ ଆସିଥିଲା। ୩୦ତମ ମିନିଟ୍ ରେ ସୁଫିଆନ୍ ଖାନ୍ ପେନାଲ୍ଟି କର୍ନରକୁ ଗୋଲ୍ ରେ ପରିଣତ କରିଥିଲେ। ଦ୍ବିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।
FULL-TIME! 🏑🔥
Team India reigns supreme as the Men’s Junior Asia Cup 2024 champions! 💪A stellar performance with Araijeet Singh Hundal stealing the show. 👏
The trophy comes home!
What a moment for Indian hockey! 🇮🇳🏆India 🇮🇳 5-3 Pakistan 🇵🇰
Hannan Shahid 3’…— Hockey India (@TheHockeyIndia) December 4, 2024
ତୃତୀୟ କ୍ୱାର୍ଟର ପାକିସ୍ତାନ ପାଇଁ ଭଲ ଥିଲା। ୩୯ତମ ମିନିଟ୍ ରେ ସୁଫିଆନ୍ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ଓ ପାକିସ୍ତାନ ୩-୩ ଗୋଲରେ ଆଗୁଆ ରହିଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତିନେଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଅରିଜିତ ୪୭ତମ ମିନିଟ୍ ରେ ଗୋଲ୍ ଦେଇଥିଲେ। ସେହିପରି ୫୪ତମ ମିନିଟ୍ ରେ ସେ ଏକ ସଫଳ ପେନାଲ୍ଟି କର୍ନର କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି।