ନୁଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୂଚକାଙ୍କ କରୋନା ମହାମାରୀ ପରେ ଅନେକ ପ୍ରମୁଖ ସୂଚକାଙ୍କୁ ପଛରେ ପକାଇ ଦେଇଛି । ଗତ ତିନି ମାସରେ ଏବଂ ବର୍ତ୍ତମାନ ୨୦୨୩ରେ ବିଶ୍ୱ ବଜାରରେ ଭଲ ପ୍ରଦର୍ଶନ କରିଛି । ତଥାପି, ଘରୋଇ ମାନଦଣ୍ଡ ସର୍ବଭାରତୀୟ ସ୍ତରରେ ସବୁଠାରୁ ମହଙ୍ଗା ରହିଛି । ଗତ ମାସରେ ଉଦୟମାନ ବଜାରରେ ରିଟର୍ଣ୍ଣ ମାମଲାରେ ଭାରତ ୧୧ତମ ସ୍ଥାନରେ ରହିଥିଲା । ଆର୍ଜେଣ୍ଟିନା, ଋଷ, ବ୍ରାଜିଲ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଭଳି ଦେଶ ଭାରତଠାରୁ ଭଲ ପ୍ରଦର୍ଶନ କରିଥିଲେ, ସେହିପରି ଘରେ।।ଇ ବଜାରରେ ଭାରତ ଚୀନ୍ ଏବଂ ମାଲେସିଆ ଭଳି ଦେଶକୁ ପଛରେ ପକାଇ ଦେଇଥିଲା ।
ଆର୍ଜେଣ୍ଟିନା, ଚିଲି, ଚୀନ୍, ବ୍ରାଜିଲ ଏବଂ ଅନ୍ୟମାନଙ୍କ ତୁଳନାରେ ଭାରତ ବାର୍ଷିକ ମୂଲ୍ୟ ପ୍ରଦର୍ଶନ ଆଧାରରେ ଉଦୀୟମାନ ବଜାର ମଧ୍ୟରେ ଦ୍ୱାଦଶ ସ୍ଥାନରେ ରହିଛି । ଏହା କେବଳ ମାଲେସିଆକୁ ପଛରେ ପକାଇବାର ସଫଳ ହୋଇଛି ।
ତେବେ ଭାରତ ବର୍ତ୍ତମାନ ବିଶ୍ୱର ଶୀର୍ଷ ବଜାର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଆମେରିକା ଏବଂ ଜାପାନ ପଛରେ ଅଛି କିନ୍ତୁ ଗତ ତିନି ମାସ ମଧ୍ୟରେ ଚୀନ୍, କୋରିଆ, ଜର୍ମାନୀ ଏବଂ ବ୍ରିଟେନ ଠାରୁ ଆଗେଇ ଯାଇଛି ।
ସେହିଭଳି ଜାପାନ, ଜର୍ମାନୀ, ଦକ୍ଷିଣ କୋରିଆ, ଚୀନ୍ ଏବଂ ଅନ୍ୟାନ୍ୟ ମାନଦଣ୍ଡକୁ ପଛରେ ପକାଇ ବିଶ୍ୱ ବଜାର ମଧ୍ୟରେ ନିଫ୍ଟି-୫୦ ବିଗତ ବର୍ଷ ତୁଳନାରେ ନବମ ସ୍ଥାନରେ ରହିଛି । ଅବଶ୍ୟ, ଏହା ଡୋ ଜୋନ୍ସ (ଯୁକ୍ତରାଷ୍ଟ୍ର), ଏବଂ ବ୍ରିଟେନ, ଏବଂ ହଂକଂ ମାନଦଣ୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା ।