fbpx

ସୁଲତାନ ଜୋହର କପ: ପାକିସ୍ତାନକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ନିକଟରେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ପରାସ୍ତ କରିଥିଲା । ତେବେ ଏହା ମଧ୍ୟରେ ହକିରେ ବି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇଛି । ମାଲେଶିଆର ବାହରୁଠାରେ ଖେଳାଯାଇଥିବା ୧୧ତମ ସୁଲତାନ ଜୋହର କପ ହକିରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି ।

ସୂଚନା ମୁତାବକ, ଅଣ୍ଡର-୨୧ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛି । ସୁଲତାନ ଜାହର କପ ହକିରେ ଭାରତ ପାକିସ୍ତାନକୁ ୬-୫ ପେନାଲଟି ଶୁଟଆଉଟରେ ପରାସ୍ତ କରିଥିଲା । ପାକିସ୍ତାନକୁ ପରାସ୍ତ କରି ଭାରତ ସୁଲତାନ ଜୋହର କପର ୧୧ତମ ସଂସ୍କରଣରେ ନବମ ପଦକ ହାସଲ କରିଛି । ଏହା ପୂର୍ବରୁ ଭାରତ ସେମିଫାଇନାଲରେ ଜର୍ମାନୀଠାରୁ ୩-୬ ଗୋଲରେ ପରାସ୍ତ ହୋଇ ସ୍ୱର୍ଣ୍ଣ ଲଢ଼େଇରୁ ବଞ୍ଚିତ ହୋଇଥିଲା ।

ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍କୋର ୩-୩ରେ ରହିବାରୁ ପେନାଲଟି ଶୁଟଆଉଟ କରାଯାଇଥିଲା । ପେନାଲଟି ଶୁଟଆଉଟରେ ଦୁଇ ପକ୍ଷଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଶେଷକୁ ବାଜି ମାରିନେଇଥିଲା ଭାରତୀୟ ଅଣ୍ଡର-୧୯ ବାହିନୀ । ଅଧିକାଂଶ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜିର ବିଜୟ ଫଳରେ ଭାରତୀୟ ଖେଳାଳିମାନେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.