fbpx

ଶତ୍ରୁରାଷ୍ଟ୍ରକୁ ମାତ୍‌ ଦେବାକୁ ଯୋଜନା: ସମୁଦ୍ର ମଧ୍ୟରେ ଭାରତ ନିର୍ମାଣ କରୁଛି ସିକ୍ରେଟ୍‌ ସୈନ୍ୟ ଆଡ୍ଡା!

Advertisement

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଶତ୍ରୁରାଷ୍ଟ୍ରକୁ ମାତ୍‌ ଦେବାକୁ ପ୍ରସ୍ତୁତି ଚଳାଇଛି ଭାରତ । ସମୁଦ୍ର ଭିତରେ ପ୍ରସ୍ତୁତ ହେଉଛି ଭାରତର ସିକ୍ରେଟ୍‌ ସୈନ୍ୟ ଆଡ୍ଡା । ଭାରତ ମହାସାଗର ମଧ୍ୟରେ ଥିବା ମରିସସ୍‌ ଦ୍ୱୀପ ନିକଟରେ ନିର୍ମାଣ କରାଯାଉଛି ଏହି ସୈନ୍ୟ ଶିବିର। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଅଲ୍‌ ଜଜିରା ଏକ ଅନୁସନ୍ଧାନ ଆଧାରରେ ଏଭଳି ରିପୋର୍ଟ ପ୍ରକାଶ କରିବା ପରେ ଏହାର ସତତ୍ୟ ଜଣାପଡ଼ିଛି ।

ଅଲ ଜଜିରାର ତଥ୍ୟ ଅନୁସାରେ ମରିସସ୍‌ଠାରୁ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ୱୀପରେ ଭାରତ ଏହି ସୈନ୍ୟ ଆଡ୍ଡା ନିର୍ମାଣ କରୁଛି । ସାଟେଲାଇଟ୍‌ ଇମେଜରୁ ଭାରତୀୟ ସେନାର ଏହି ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ହୋଇଛି । ଏଠାରେ ଭାରତ ୩ କିଲୋମିଟର ଲମ୍ବ ଅନ୍ତରାଷ୍ଟ୍ରିୟସ୍ତରୀୟ ବିମାନ ବନ୍ଦର ନିର୍ମାଣ କରୁଛି । ଏହାଫଳରେ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ଏଠାରେ ସହଜରେ ଅବତରଣ କରିପାରିବ । ଏଥିସହ ଦ୍ୱୀପ କୂଳରେ ଜାହଜ ଏବଂ ବୋଟ୍‌ଗୁଡିକୁ ଅଟକାଇବା ପାଇଁ ଜରୁରୀ ଇନ୍‌ଫ୍ରାଷ୍ଟ୍ରକ୍‌ଚର ମଧ୍ୟ ଭାରତ ପକ୍ଷରୁ ନିର୍ମାଣ କରାଯାଉଛି । ପି-୮ଆଇ ଭାରତୀୟ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଦ୍ୱାରା ଏଠାରେ ସର୍ଭେଲାନ୍ସ କାର୍ଯ୍ୟ କରାଯିବ । ସମୁଦ୍ର ପଥରେ ଆମେରିକା, ଚୀନ୍‌, ବ୍ରିଟେନ୍‌ ଓ ଫ୍ରାନ୍ସ ପରି ସୁର ପାୱାରମାନଙ୍କର ଶକ୍ତି ପ୍ରଦର୍ଶନ ପରେ ଏବେ ଏହି ପାୱାର ଗେମ୍‌ରେ ଭାରତ ମଧ୍ୟ ସାମିଲ ହେବାକୁ ଯାଉଛି ।

ପ୍ରକାଶଯୋଗ୍ୟ, ଅଗାଲେଗ୍‌ ହିନ୍ଦ ମହାସାଗରରେସ୍ଥିତ ମରିସସ ଦ୍ୱୀପ ନିକଟରେ ଥିବା ଏକ ଛୋଟ ଦ୍ୱୀପ । ମରିସସ୍‌ଠାରୁ ଏହା ପ୍ରାୟ ୧୦୦୦ କିଲୋମିଟର ଦୂରରେ ଉତ୍ତରରେ ଅବସ୍ଥିତ । ଏହା ୧୨ କିଲୋମିଟର ଲମ୍ବା ଓ ଅଢେଇ କିଲୋମିଟର ଚଉଡା । ଏଠାରେ ଖୁବ୍‌ କମ୍‌ ଲୋକ ବସବାସ କରନ୍ତି । ଏଠିକାର ଲୋକସଂଖ୍ୟା ପ୍ରାୟ ୩୦୦ରୁ ୩୫୦ ମଧ୍ୟରେ ହେବ । ଅଗାଲେଗ ଦ୍ୱୀପ ଠାରୁ କିଛି ଦୂରରେ ଆମେରିକାର ସୈନ୍ୟ ଶିବିର ଡିଏଗୋ ଗାର୍ସିଆ, ଚୀନର ସୈନ୍ୟ ଶିବିର ଜିବୁତି, ଫ୍ରାନ୍ସର ସାମିରିକ ବେସ ରିୟୁନିୟୋ ନିର୍ମାଣ କରାଯାଇଛି । ଏବେ ଭାରତ ମଧ୍ୟ ନିଜ ସୈନ୍ୟ ଶକ୍ତି ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.