fbpx

ଇଣ୍ଡିଆ ଗେଟଠାରେ ଯୁବକ କରୁଥିଲେ ଆତ୍ମହତ୍ୟା ଉଦ୍ୟମ, ଦେବଦୂତ ସାଜି ବଞ୍ଚାଇଲେ ପୋଲିସ୍

ଇଣ୍ଡିଆ ଗେଟ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବାବେଳେ ଉଦ୍ଧାର କଲା ପୋଲିସ । ଇଣ୍ଡିଆ ଗେଟର ଆଉଟର ସର୍କଲ ନିକଟରେ ଜଣେ ଯୁବକ ସେଠାରେ ଥିବା ଏକ ଗଛ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆଉ ଏହି ସମୟରେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ଏବଂ ଇନ୍ସପେକ୍ଟରଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ଉକ୍ତ ଯୁବକଙ୍କୁ ରକ୍ଷା କରାଯାଇପାରିଥିଲା । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ଦେଖିଥିଲେ ଯେ ଜଣେ ଯୁବ ଗଛ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଡକାଯାଇଥିଲା ଏବଂ ଥାନାକୁ ମଧ୍ୟ ସୂଚିତ କରାଯାଇଥିଲା । ଏପଟେ ପୋଲିସ ସେହି ବ୍ୟକ୍ତିଙ୍କୁ କଥାରେ ବୁଲାଇ ରଖିଥିଲେ ଏବଂ ଏହାରି ମଧ୍ୟରେ ଆଖପାଖ ଥାନାର ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲେ ଯାହାକୁ ଦେଖି ଯୁବକ ଜଣକ ସତକୁ ସତ ଫାଶୀରେ ଝୁଲିପଡ଼ିଥିଲେ ଆଉ ତତକ୍ଷଣାତ୍ ଆକ୍ସନ ନେବାକୁ ଯାଇ ଜିପ୍ରେ ଚଢ଼ି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ, ଏବଂ ଅନ୍ୟ ଜଣେ ପୋଲିସ ଗଛରେ ଚଢ଼ି ତାଙ୍କ ବେକରୁ ରସି ଖୋଲିଥିଲେ । ଉଦ୍ଧାର ପରେ ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଡାକ୍ତର କହିଥିଲେ ଆଉ ଅଧିକ ବିଳମ୍ବ ହୋଇଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା ।

ତେବେ ଯାଞ୍ଚରୁ ଜଣାପଡ଼ିଛି ଯେ ୩୧ ବର୍ଷୀୟ ଏହି ଯୁବକ ଜଣକ ହେଉଛନ୍ତି ସନ୍ତୋଷ । ମହାତ୍ମା ଗାନ୍ଧୀଙ୍କ ବେଶରେ ସେ ସମାଜରେ ହେଉଥିବା ଅନ୍ୟାୟ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଉଥିଲେ । ତାଙ୍କ ପାଖରୁ ଅନେକ ଅଭିଯୋଗ ମଧ୍ୟ ମିଳିଛି । ସେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି ।

 

Get real time updates directly on you device, subscribe now.