fbpx

ନୂଆବର୍ଷରେ ବଡ଼ ବିପଦ! ଭାରତରେ ଏଣ୍ଟ୍ରି ମାରିଲା ଓମିକ୍ରନର ମାରାତ୍ମକ ଭାରିଆଣ୍ଟ XBB.1.5

ନୂଆଦିଲ୍ଲୀ: ନୂଆ ବର୍ଷର ଉତ୍ସବ ମଧ୍ୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି । ଓମିକ୍ରନର ସବ୍-ଭାରିଆଣ୍ଟ XBB.1.5 ଭାରତରେ ଏଣ୍ଟ୍ରି କରିଛି । ଗୁଜୁରାଟରେ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଗୁଜୁରାଟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ହୋଇପଡିଛି । XBB ଦୁଇଟି ଅଲଗା ଅଲଗା ଓମିକ୍ରନ ବିଏ.୨ ସବ-ଭାରିଆଣ୍ଟର ଏକ ହାଇବ୍ରିଡ ହୋଇଥିବା ବେଳେ ବୈଜ୍ଞାନିକମାନେ ଏବେ ବି XBB ସବଭାରିଆଣ୍ଟ ଉପରେ ରିସର୍ଚ୍ଚ କରୁଛନ୍ତି । ଏବେ ଏହି ସବ୍ ଭାରିଆଣ୍ଟର ଆଉ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହାକି ଏକ୍ସବିବି୧.୫ ଭାବରେ ଜଣାଶୁଣା ।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ, ଆମେରିକାରେ କୋଭିଡର ୪୦% ରୁ ଅଧିକ ମାମଲାରେ XBB.1.5ର ମାମଲା ସାମ୍ନାକୁ ଆସିଥିଲା । ଚାଇନାରେ ବୃଦ୍ଧି ପାଉଥିବା କୋଭିଡ ମାମଲାକୁ ନେଇ ଅନେକ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତିତ ଥିବାବେଳେ ଅନେକ ବିଶେଷଜ୍ଞ କେବଳ ସୁପର ଭାରିଆଣ୍ଟ XBB.1.5 ର ଦ୍ୱିଗୁଣିତ ହେବାକୁ ନେଇ ଚିନ୍ତିତ ଅଛନ୍ତି ।

ରିପୋର୍ଟ ଅନୁସାରେ, XBB.1.5 କେବଳ ଆଣ୍ଟିବଡି ଉପରେ ପ୍ରଭାବ ପକାଇବା ସହ ଏହାକୁ ଦୁର୍ବଳ ମଧ୍ୟ କରିଥାଏ । ଏହା ସହଜରେ ମାନବ ଶରୀରରେ ପ୍ରବେଶ କରେ । ପୁରାତନ XBBକିମ୍ବା BQ ଭାରିଆଣ୍ଟ ଅପେକ୍ଷା ଏହା ବହୁତ ଦ୍ରୁତ ଗତିରେ ବିସ୍ତାର ହୁଏ । ଏହି ଭାରିଆଣ୍ଟ ସହିତ ଜଡିତ ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା, ଜ୍ୱର, ମୁଣ୍ଡବିନ୍ଧା, ଛିଙ୍କ, ଥଣ୍ଡା, କାଶ ଏବଂ ସ୍ୱର ପରିବର୍ତ୍ତନ ।

Get real time updates directly on you device, subscribe now.