fbpx

ମୃତ୍ୟୁ ପରେ ପୋଷ୍ଟ ଗ୍ରାଜୁଏଟ ହେବେ ଏହି ଭାରତୀୟ ଛାତ୍ରୀ: ଭଲ ଚାକିରୀ ପାଇଁ ଆମେରିକାରେ ପଢୁଥିଲେ ଛାତ୍ରୀ

Advertisement

ନୂଆଦିଲ୍ଲୀ : ଭାରତୀୟ ଛାତ୍ରୀ ଜାହ୍ନବି କଣ୍ଡୁଲାଙ୍କର ମୃତ୍ୟୁ ଆମେରିକାରେ ପୋଲିସ ଗାଡି ଧକ୍କାରେ ହୋଇଥିଲା । ତାଙ୍କର ସ୍ୱପ୍ନ ଥିଲା ସେ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିବେ କିନ୍ତୁ ସେ ଜୀବତ ଅବସ୍ଥାରେ ଏହି ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ । କିନ୍ତୁ ଏବେ ମୃତ୍ୟୁ ପରେ ତାଙ୍କର ସ୍ୱପ୍ନ ପୂରଣ ହେବ । ଆମେରିକାର ବିଶ୍ୱବିଦ୍ୟାଳୟ କହିଛନ୍ତି ମୃତ ଛାତ୍ରୀ ଜାହ୍ନବି କଣ୍ଡୋଲାଙ୍କୁ ତାଙ୍କ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ପ୍ରଦାନ କରାଯିବ । “ନର୍ଥଇଷ୍ଟର୍ନ ୟୁନିଭରସିଟି’ର ସଂଞ୍ଚାଳକ ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ୨୩ରେ ଦ୍ରୃତ ଗତିରେ ଆସୁଥିବା ପୋଲିସର ଏକ କାର ଜାହ୍ନବିଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା ।

କଣ୍ଡୁଲାଙ୍କୁ ଚଳିତ ବର୍ଷ ଡିସେମ୍ବରରେ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥାନ୍ତା । ସେ ୨୩ ଜାନୁୟାରୀରେ ରୋଡ ପାରି ହେଉଥିବା ସମୟରେ ତାଙ୍କୁ ଦ୍ରୃତ ଗତିରେ ଆସୁଥିବା ଏକ ପୋଲିସ ଗାଡି ଧକ୍କା ଦେଇଥିଲା । ଏହି ଗାଡିକୁ କେବିନ ଡେବ ନାମକ ଜଣେ ଅଧିକାରୀ ଚଲାଉଥିଲେ । ସେ ଏକ ଚଢାଉର ସୂଚନା ପାଇବା ପରେ ୧୧୯ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗାଡି ଚଲାଉଥିଲେ ।

ଏହି ଘଟଣା ପରେ ଭାତରେ ଥିବା ଜାହ୍ନବିର ପରିବାର ଲୋକ ଏବଂ ତାର ସମ୍ପର୍କୀୟ ଦୁଃଖ ପ୍ରକାଶ କରିଥିଲେ । ଏହା ପରେ ଆମେରିକା ଛାତ୍ରୀଙ୍କ ମୃତ୍ୟୁ ପାଇଁ ୧୧,୦୦୦ଆମେରିକା ଡଲାର ଏକ ଚେକ କାଟିଥିଲେ । ଯାହା ଜାହ୍ନିବିଙ୍କ ଜୀବନର ମୂଲ୍ୟ ପୂରଣ କରିପାରିବ ନାହିଁ ।

ନର୍ଥଇଷ୍ଟର୍ନ ୟୁନିଭରସିଟି ଏହି ଘଟଣାକୁ ଦେଇ ଦୁଃଖ ପ୍ରକାଶ କରିଥିଲା । ୟୁନିଭରସିଟି ଫେସବୁକ ପେଜରେ ଏକ ପୋଷ୍ଟ ମଧ୍ୟ ସେୟାର କରି କହିଥିଲେ “”ଜାହ୍ନିବି ପରି ଛାତ୍ରୀ ଆମ ୟୁନିଭରସିଟିରୁ ଦୂରେଇ ଯାଇଛନ୍ତି । ତାଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ସେ ଡିସେମ୍ବରରେ ତାଙ୍କ ପାଠ ଶେଷ କରିଥାନ୍ତୋ ଏବଂ ସ୍ନାତକ ଡିଗ୍ରୀ ହାସଲ କରିଥାନ୍ତେ । କିନ୍ତୁ ଆମେ ତାଙ୍କ ସ୍ୱପ୍ନ ପୂରଣ କରିବୁ ଏବଂ ମୃତ୍ୟୁ ପରେ ମଧ୍ୟ ଆମେ ସ୍ୱପ୍ନ ପୂରଣ କରିବା ପାଇଁ ସାର୍ଟିଫିକେଟ ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିବୁ । ଆମେ ଜାହ୍ନବିଙ୍କ ପରିବାର ସହିତ ସବୁବେଳେ ଜଡିତ ଅଛୁ । ଜାହ୍ନବିଙ୍କୁ ନ୍ୟାୟ ମିଳୁ ବୋଲି ଆମେ ଚେଷ୍ଟା କରିବୁ ।”

Get real time updates directly on you device, subscribe now.