fbpx

ଚୀନ୍ କୁ ପଛରେ ପକାଇ ଭାରତ ନିର୍ମାଣ କରୁଛି ସବୁଠାରୁ ବଡ ସୁଡଙ୍ଗ, ଏପରି ବ୍ୟବସ୍ଥା ହୋଇଛି ଯାହା ସାରା ବିଶ୍ୱକୁ ବି ଚମକାଇ ଦେବ

Advertisement

ନୂଆଦିଲ୍ଲୀ:ଭାରତରେ ଏବେ ସଡକ ଭିତ୍ତିଭୂମି କ୍ଷେତ୍ରରେ ଦ୍ରୁତ ଗତିରେ କାମ ହେଉଛି । ଏକ୍ସପ୍ରେସୱେ, ହାଇୱେ ଠାରୁ ଆରମ୍ଭ କରି ବଡ ବ୍ରିଜ୍ , ଏଲିଭେଟେଡ୍ ଫ୍ଲାଇଓଭର ଓ ସୁଡଙ୍ଗ ନିର୍ମାଣ କରାଯାଉଛି । ଏହି କ୍ରମରେ ଦେଶରେ ଏବେ ଆଉ ଏକ ବଡ ଟନେଲର ନିର୍ମାଣ ହେଉଛି । ସବୁଠାରୁ ବଡ କଥା ହେଉଛି ଦୀର୍ଘତା ଦୃଷ୍ଟିରୁ ଭାରତର ଏହି ଦୁଇ ଟନେଲ ସବୁଠାରୁ ବଡ ହୋଇଥିବା ବେଳେ ଚଉଡା ଦୃଷ୍ଟିରୁ ଏହା ବିଶ୍ୱର ଅନ୍ୟ ସମସ୍ତ ଦେଶର ସୁଡଙ୍ଗକୁ ପଛରେ ପକାଇ ଦେବ ।

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେର ଖଣ୍ଡାଲା ଘାଟରେ ଯାତାୟତକୁ ସହଜ କରିବା ଲାଗି ଏହି ଦୁଇ ବୃହତ୍ତ ଟନେଲ୍ ନିର୍ମାଣ କରାଯାଉଛି ଓ ଏହାର ୭୦ ପ୍ରତିଶତ କାମ ଶେଷ ହେବାକୁ ବସିଲାଣି । ଏଥିମଧ୍ୟରୁ ଗୋଟିଏ ଟନେଲ ୧.୭୫ କିଲୋମିଟର ଏବଂ ଅନ୍ୟଟି ୮.୯୩ କିଲୋମିଟର ଲମ୍ବା ଅଟେ । ୨୩ ମିଟର ଚଉଡା ବିଶିଷ୍ଟ ଏହି ଦୁଇ ସୁଡଙ୍ଗ କେବଳ ଭାରତର ନୁହେଁ ବିଶ୍ୱର ସବୁଠାରୁ ବଡ ସୁଡଙ୍ଗ । ଏଥିରେ ୪ ଲେନ୍ ରହିବ । ତେବେ ଆସନ୍ତୁ ଜାଣିବା କେବେ ଏ ସୁଡଙ୍ଗର ନିର୍ମାଣ କାମ ସରିବ ଓ ଏଥିରେ ଯାତାୟତ ଆରମ୍ଭ ହେବ ।

ଏହି ସୁଡଙ୍ଗର ନିର୍ମାଣ କାର୍ଯ୍ୟ ସମୟସୀମା ଲଗାତର ବଢିବାରେ ଲାଗିଛି । ପ୍ରଥମେ ଲକଡାଉନ୍ କାରଣରୁ ଏହାର ନିର୍ମାଣ କାମ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ମାର୍ଚ୍ଚ ୨୦୨୪କୁ ଏହାର ସମୟସୀମା ଘୁଞ୍ଚାଇ ଦିଆଯାଇଥିଲା । ତେବେ ଟିଓଆଇ ରିପୋର୍ଟ ଅନୁସାରେ ଏହି ଦୁଇ ସୁଡଙ୍ଗର ନିର୍ମାଣ ଜୁଲାଇ ୨୦୨୪ ସୁଦ୍ଧା ସରିଯିବ ବୋଲି ଜଣାଯାଇଛି । ୬୬୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ସୁଡଙ୍ଗ ବେଶ୍ ସ୍ୱତନ୍ତ୍ର । ଏହାର ଚଉଡା ୨୩.୭୫ ମିଟର । ଏହି କାରଣରୁ ଏହା ବିଶ୍ୱର ସବୁଠାରୁ ଚଉଡା ସୁଡଙ୍ଗ ଭାବରେ ବିବେଚିତ ହେବ । ଏହି ସୁଡଙ୍ଗ ମଧ୍ୟରେ ନିଆଁକୁ ଆୟତ୍ତ କରିବା ଲାଗି ସବୁଠୁ ସୁଦୃଢ ଉପାୟ କରାଯାଇଛି । ଏହି ସୁଡଙ୍ଗ ତିଆରି ହେବା ପରେ ମୁମ୍ବାଇରୁ ପୁନେ ଯିବା ଲାଗି ମାତ୍ର ଅଧଘଣ୍ଟା ସମୟ ଲାଗିବ ।
ସୁଡଙ୍ଗ ମଧ୍ୟରେ ପଥର ଖସିବାକୁ ରୋକିବା ଲାଗି ରକ୍ ବୋଲ୍ଟ ନିର୍ମାଣ କରାଯାଇଛି । ପ୍ରତି ୩୦୦ ମିିଟର ଦୂରତାରେ ଏକଜିଟ୍ ପଏଣ୍ଟ ରହିଛି । କୌଣସି କାରଣରୁ ସୁଡଙ୍ଗ ମଧ୍ୟରେ ନିଆଁ ଲାଗିଗଲେ ହାଇ ପ୍ରେସର ୱାଟର ମିକ୍ସ ସିଷ୍ଟମରେ ଏହାକୁ ତତକ୍ଷଣାତ୍ ରୋକାଯାଇ ପାରିବ ।

ଏହି ସୁଡଙ୍ଗ ଲୋନାବାଲା ହ୍ରଦ ପତ୍ତନ ଠାରୁ ୫୦୦ ମିଟରରୁ ଅଧିକ ଉପରେ ରହିଛି । ଏହି ସୁଡଙ୍ଗକୁ ଏକ୍ସପ୍ରେସୱେ ସହିତ ଯୋଡିବା ପାଇଁ କେବୁଲ ଉପରେ ତିଷ୍ଠି ରହୁଥିବା ବ୍ରିଜ୍ର ନିର୍ମାଣ କରାଯାଉଛି ।
ଚୀନ୍ ରେ ଏବେ ୧୩.୭ ମିଟର ଚଉଡା ବିଶିଷ୍ଟ ବିଶ୍ୱର ସବୁଠାରୁ ଚଉଡା ସୁଡଙ୍ଗ ରହିଛି । ୧୬.୬୨ କିଲୋମିଟର ଦୀର୍ଘ ବିଶିଷ୍ଟ ଏହି ସୁଡଙ୍ଗ ୟାଙ୍ଗଜୀ ନଦୀ ଦେଇ ଯାଇଛି । କିନ୍ତୁ ଭାରତର ମୁମ୍ବାଇ ଏକ୍ସପ୍ରେସ୍ ୱେ ନିକଟରେ ନିର୍ମାଣ ହେଉଥିବା ଖଣ୍ଡାଲା ଟନେଲ ଚୀନର ଟନେଲ ଠାରୁ ବହୁତ ବଡ ଅର୍ଥାତ୍ ଏହା ୨୩ ମିଟର ଚଉଡା ହେବ ।

Get real time updates directly on you device, subscribe now.