fbpx

RBI ଡେପୁଟି ଗଭର୍ଣ୍ଣରଙ୍କ ଦାବି – ‘୨୦୩୧ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରେ’

ନୂଆଦିଲ୍ଲୀ: ମୁସୁରୀର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରା କହିଛନ୍ତି ଯେ, ୨୦୩୧ ସୁଦ୍ଧା ଭାରତ ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ୨୦୬୦ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରେ ।

ପାତ୍ରା କହିଛନ୍ତି ଯେ, କଳ୍ପନା କରିବା ସମ୍ଭବ ଯେ ଆସନ୍ତା ଦଶନ୍ଧିରେ ୨୦୪୮ ସୁଦ୍ଧା ନୁହେଁ, ୨୦୩୧ ସୁଦ୍ଧା ଏବଂ ୨୦୬୦ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଜୁଲାଇ ୯ ରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ମିଡ-କ୍ୟାରିୟର ଟ୍ରେନିଂ ପ୍ରୋଗ୍ରାମର ଏକ କାର୍ଯ୍ୟକ୍ରମ ସମୟରେ ଡେପୁଟି ଗଭର୍ଣ୍ଣର ଏହା କହିଛନ୍ତି ।

ଅର୍ଥନୈତିକ ଅଭିବୃଦ୍ଧିରେ ସେ ଭାରତର ଯାତ୍ରାକୁ ଘଟଣାପୂର୍ଣ୍ଣ ତଥା କଷ୍ଟସାଧ୍ୟ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଗତ ଆର୍ôଥକ ବର୍ଷ ୨୦୨୩-୨୪ ମଧ୍ୟରେ ଭାରତ ୩.୬ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ପାତ୍ରା କହିଛନ୍ତି, “ଭାରତ ବର୍ତ୍ତମାନର ବିନିମୟ ମୂଲ୍ୟରେ ୨୯୫.୪ ଲକ୍ଷ କୋଟି ଟଙ୍କା ବା ୩.୬ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ମୁଣ୍ଡପିଛା ଆୟ ୨,୦୭,୦୩୦ କିମ୍ବା ୨୫୦୦ ଡଲରା ସହିତ ଭାରତ ମଧ୍ୟମ ଆୟକାରୀ ଦେଶମାନଙ୍କ ଗୋଷ୍ଠୀରେ ଆସେ । ଏଠାରେ ପହଞ୍ଚିବା ଏକ ଘଟଣାପୂର୍ଣ୍ଣ ଓ କଠିନ ଯାତ୍ରା, ଯାହାକୁ ପରିସଂଖ୍ୟାନ ବିଶେଷଜ୍ଞମାନେ ‘ଷ୍ଟ୍ରକଚରାଲ ବ୍ରେକ୍’ ବୋଲି କୁହନ୍ତି ।

ଡେପୁଟି ଗଭର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ ଯଦି ଭାରତ ଏକ ବିକଶିତ ଅର୍ଥନୀତି ହେବାକୁ ଚାହୁଁଛି ତେବେ ଆସନ୍ତା ଦଶ ବର୍ଷ ପାଇଁ ଏହା ପ୍ରତିବର୍ଷ ୯.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ । ସେ କହିଛନ୍ତି ଯେ ଆସନ୍ତା ଦଶ ବର୍ଷ ମଧ୍ୟରେ ଯଦି ଭାରତ ବାର୍ଷିକ ୯.୬ ପ୍ରତିଶତ ଅଭିବୃଦ୍ଧି କରିପାରିବ, ତେବେ ଏହା ନିମ୍ନ ମଧ୍ୟମ ଆୟ ଜାଲରୁ ମୁକ୍ତ ହୋଇ ଏକ ବିକଶିତ ଅର୍ଥନୀତିରେ ପରିଣତ ହେବ ।

Get real time updates directly on you device, subscribe now.