fbpx

ଖସୁଛି କରୋନା ସଂକ୍ରମଣ ଗ୍ରାଫ୍: ୨୪ ଘଣ୍ଟାରେ ୮୩୮୭୬ ନୂତନ ଆକ୍ରାନ୍ତ ଚିହ୍ନଟ, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ କମ ରହିଛି । ସୋମବାର ୮୩ ହଜାର ୮୭୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨,୭୨,୦୧୪ରହିଛି । ୮୯୫ ମୃତ୍ୟୁକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨ ହଜାର ୮୭୪ରେ ପହଞ୍ଚିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୯ ହଜାର ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୪,୦୬,୬୦,୨୦୨ରେ ପହଞ୍ଚିଛି । ଦେଶରେ ରିକଭରୀ ରେଟ ବର୍ତ୍ତମାନ ୯୬.୧୯ ପ୍ରତିଶତ ରହିଥିବା ଜଣାପଡିଛି । କେରଳରେ ସର୍ବାଧିକ ୨୬୭୨୯ ମାମଲା ଚିହ୍ନଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ୯୬୬୬ଟି ମାମଲା ଚିହ୍ନଟ ହୋଇଛି । ଦେଶର ୫ଟି ସହରରୁ ୬୬ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ୩୨ ପ୍ରତିଶତ ମାମଲା ଆସିଛି ।

Get real time updates directly on you device, subscribe now.