fbpx

ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

Advertisement

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଓଭାଲରେ ଖେଳାଯିବ । ଲିଡ୍ସ ବିଜୟ ପରେ ଜୋ ରୁଟଙ୍କ ଦଳ ଦୃଢ ଆତ୍ମ ବିଶ୍ୱାସରେ ରହିଥିବା ବେଳେ ଭାରତୀୟ ଦଳ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାରେ ମାହିର । କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହେବାକୁ ଉଦ୍ୟମ କରିବ । ଗୁରୁବାର ଠାରୁ ଖେଳାଯିବାକୁ ଥିବା ମ୍ୟାଚରେ ଭାରତୀୟ ଦଳକୁ ନେଇ ଏଯାଏଁ ଆଶଙ୍କା ଲାଗି ରହିଛି ।

ଲର୍ଡସରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଇଂଲିସ ଦଳ ରୁଟଙ୍କ ଶତକ ବଳରେ ଲିଡ୍ସ କବଜା କରିଥିଲା । ତେବେ ଭାରତୀୟ ଦଳର ଦୁଇ ବରିଷ୍ଠ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଉଭୟଙ୍କୁ ଦଳରୁ ବାଦ ଦେବା ପାଇଁ ପୂର୍ବତନ ଖେଳାଳି ମାନେ ମଧ୍ୟ ଦାବି କରିଛନ୍ତି ତେବେ ଉଭୟ ଖେଳାଳିଙ୍କୁ ବାଦ ଦେବା ଅସମ୍ଭବ । ସେହିପରି ଆର ଅଶ୍ୱିନ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇପାରନ୍ତି । ଜାଡେଜାଙ୍କ ଆହତ ସମସ୍ୟାକୁ ନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ଅଶ୍ୱିନ ଖେଳି ପାରନ୍ତି । ଓଭାଲ ପିଚ ସ୍ପିନ ସହାୟକ ହୋଇଥିବା ବେଳେ ଭାରତୀୟ ମ୍ୟାନେଜମେଣ୍ଟ କଣ ନିଷ୍ପତ୍ତି ନେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.