ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ମିଳିଲା ଦ୍ୱିତୀୟ ସ୍ଥାନ

ଭୋପାଳ: ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ଦ୍ୱିତୀୟ ସ୍ଥାନ ମିଳିଛି । ଏହା ବ୍ୟତୀତ ଭୋପାଳ, ସାଗର, ଇନ୍ଦୋର, ଗ୍ୱାଲିୟର୍ ଏବଂ ଜବଲପୁରକୁ ଅଲଗା ଅଲଗା ବର୍ଗରେ ମୋଟ ୧୧ଟି ପୁରସ୍କାର ମିଳିଛି । ମଧ୍ୟପ୍ରଦେଶର ନଗର ଆବାସ ଓ ବିକାଶ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ୍ ଅଧୀନରେ ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ର ପ୍ରଥମ ପର୍ୟ୍ୟାୟରେ ମନୋନୀତ ସ୍ମାର୍ଟ ସିଟିର ତାଲିକା ପ୍ରକାଶ କରାଯାଇଛି । ଦେଶର ୧୦୦ ଟି ସ୍ମାର୍ଟ ସିଟିର ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୧୯ରେ ରାଉଣ୍ଡ -୩ର ବିଜେତା ରହିଥିବା ସାଗର ସ୍ମାର୍ଟ ସିଟି ପୁଣିଥରେ ଆଇସେକ୍-୨୦୨୦ ର ପ୍ରଥମ ପର୍ୟ୍ୟାୟରେ ମନୋନୀତ ହୋଇଛି । ଆଉ ସ୍ମାର୍ଟ ସିଟି ମିଶନର ତୃତୀୟ ରାଉଣ୍ଡରେ ସାମିଲ ହୋଇଥିବା ୩୩ଟି ସହର ମଧ୍ୟରୁ ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୪ଟି ସହର ମଧ୍ୟରୁ ସାଗର ସହର ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଛି ।
ତେବେ ମନ୍ତ୍ରୀ ଭୁପେନ୍ଦ୍ର ସିଂ ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ବିକାଶ ଦିଗରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଭୁପେନ୍ଦ୍ର ସିଂ । ସାଗର ସମେତ ଭୋପାଳ, ଇନ୍ଦୋର, ଗ୍ୱାଲିୟର୍ ଏବଂ ଜବଲପୁର ପ୍ରଶାସନ ଏବଂ ସ୍ଥାନୀୟ ଲୋକମାନଙ୍କୁ ଏନେଇ ବଧେଇ ଦେଇଛନ୍ତି ।

Get real time updates directly on you device, subscribe now.