fbpx

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯୋଗ ଦେବନି ଭାରତୀୟ ହକି ଦଳ

ନୂଆଦିଲ୍ଲୀ : ଟୋକିଓରେ ଇତିହାସ ରଚିଥିବା ଭାରତୀୟ ହକି ଦଳ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବ ନାହିଁ । ଉଭୟ ପୁରୁଷ ଏବଂ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମଙ୍ଗଳବାର ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋବାମ ଏହି ନିଷ୍ପତ୍ତି ସମ୍ପର୍କରେ ଅଲିମ୍ପିକ୍ସ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କୁ ସୂଚନା ଦେଇଛନ୍ତି ।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଏକ ମାସ ମଧ୍ୟରେ ଅଗଷ୍ଟରେ ଅନୁଷ୍ଠିତ ହେବ ଏସିଆ କପ ହକି । ଏସିଆନ ଗେମ୍ସରେ ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଥିବାରୁ ଉଭୟ ପୁରୁଷ ଏବଂ ମହିଳା ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଟୁର୍ଣ୍ଣାମେଣ୍ଟ ମଧ୍ୟରେ୧୦ ଦିନର କ୍ୱାରେଣ୍ଟିନ ବ୍ୟବସ୍ଥା ରହିଥିବାରୁ କୋଭିଡ ସମୟରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ ହକି ଇଣ୍ଡିଆ ।

Get real time updates directly on you device, subscribe now.