fbpx

ICC Cricket World Cup 2023: ବୋଲିଂ କରିବ ଭାରତ, ଟିମ୍ ଇଣ୍ଡିଆକୁ ସାମି ଏବଂ ସୂର୍ଯ୍ୟକୁମାରଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ର ୨୧ ତମ ମ୍ୟାଚ୍ ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୋଲର ମହମ୍ମଦ ଶାମି ଟିମ୍ ଇଣ୍ଡିଆକୁ ଫେରିଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏକ ସୁଯୋଗ ମିଳିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ନିଜ ଦଳରେ କୌଣସି ପରିବର୍ତ୍ତନ କରିନାହିଁ। ଏହି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି।

ଆଜିର ମ୍ୟାଚ୍ ଜିତିବା ଦଳ ବିଶ୍ୱକପ୍ ୨୦୨୩ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିବ। ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ଦଳ ସର୍ବଦା ଭାରତ ଉପରେ ହେବି ରହିଆସିଛି। ୨୦୦୩ ପରଠାରୁ ଭାରତୀୟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜିତିବାକୁ ସକ୍ଷମ ହୋଇନାହିଁ। ଏଭଳି ପରିସ୍ଥିତିରେ ଆଜି ଭାରତ ୨୦ ବର୍ଷ ଧରି ଚାଲିଥିବା ରେକର୍ଡକୁ ଭାଙ୍ଗିବାକୁ ଚାହୁଁଛି।

 

Get real time updates directly on you device, subscribe now.