CHARIDHAM

World Cup 2023: ଭାରତ ବନାମ ପାକିସ୍ତାନ କ୍ରିକେଟ ମ୍ୟାଚ, ଏହି ତାରିଖରେ ହେବାକୁ ଯାଉଛନ୍ତି ମୁହାଁମୁହିଁ

ନୂଆଦିଲ୍ଲୀ:ଆସିଲା ବଡ଼ ଅପ ଡେଟ। କ୍ରିକେଟ ଦେଖିବାକୁ ସମସ୍ତେ ଖୁବ ପସନ୍ଦ କରନ୍ତି ଆଉ ସମୟର ସହ ଏବେ ଲୋକ ମାନଙ୍କ ରୁଚି ଏହି ଖେଳ ପ୍ରତି ଆହୁରି ବଢି ଚାଲିଛି। ଖେଳ ଭିତରେ ଯେତେବେଳେ ଭାରତ ଆଉ ପାକିସ୍ତାନ ମ୍ୟାଚ ଥାଏ ଲୋକମାନଙ୍କ ଆଗ୍ରହ କହିଲେ ଆଉ ନସରେ । ଆଉ ଚଳିତ ବର୍ଷ ଭାରତରେ କ୍ରିକେଟ୍ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରିକେଟ୍ ମ୍ୟାଚ୍ ରେ ବିଶ୍ୱର ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ । ODI ବିଶ୍ୱକପ ୨୦୨୩ ଭାରତ ୧୫ଅକ୍ଟୋବର ୨୦୨୩ ରେ ପାକିସ୍ତାନ ସହିତ ମୁହାଁମୁହିଁ ହେବାକୁ ଯାଉଛି।

ଭାରତ ଏବଂ ପାକିସ୍ତାନ (ଭାରତ ବନାମ ପାକିସ୍ତାନ ) ଦଳ ମଧ୍ୟରେ ମ୍ୟାଚ୍ ଵେଦେଖିବା ପାଇଁ ଦର୍ଶକ ମାନଙ୍କ ମନରେ ବହୁତ ଉତ୍କଣ୍ଠା ଭାରି ରହିଛି । ତେବେ ତାରିଖ ଘୋଷଣା ହେବ ପରେ ଏବେ ଦର୍ଶକ ମାନଙ୍କ ମନରେ ଏହା ଆହୁରି ଉତ୍କଣ୍ଠା ଭରିଛି ।

ଆଇପିଏଲର ୧୬ ତମ ସଂସ୍କରଣ ପରେ, ବିସିସିଆଇ ଖୁବ୍ ଶୀଘ୍ର ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ସୂଚନାମିଳୁଛି । ତେବେ ଟୁର୍ନାମେଣ୍ଟ ପାଇଁ ନାଗପୁର, ବେଙ୍ଗାଲୁରୁ, ତ୍ରିବେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୌହାଟି, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର, ବେଙ୍ଗାଲୁରୁ ଏବଂ ଧର୍ମଶାଳାକୁ ଅନ୍ତର୍ଭୁକ୍ତ କରି ୧୨ ଟି ସ୍ଥାନ ସର୍ଟଲିଷ୍ଟ କରାଯାଇଛି।

ସୂଚନାମୁତାବକ ୨୦୧୬ ପରେ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଦୁଇ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ଦେଖିବାକୁ ମିଳିବ ।