fbpx

T-20 World Cup: Super-12ରେ ଏହିସବୁ ଦେଶ ସହ ମୁକାବିଲା କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ । ଏହି ମ୍ୟାଚକୁ ସମସ୍ତ କ୍ରୀଡ଼ାପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି । ସୁପର-୧୨ରେ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଆସନ୍ତାକାଲି ପ୍ରଥମ ମ୍ୟାଚ ହେବ । ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ସୁପର-୧୨ ଷ୍ଟେଜରେ ମୋଟ ୫ଟି ମ୍ୟାଚ ଖେଳିବାକୁ ପଡ଼ିବ । ତେବେ ବର୍ତ୍ତମାନ ସୁପର-୧୨ର ସମସ୍ତ ମ୍ୟାଚ୍ ସିଡ୍ୟୁଲ ହୋଇସାରିଛି । ଟିମ୍ ଇଣ୍ଡିଆ ୨୪ ଅକ୍ଟୋବରରେ ପାକିସ୍ତାନ, ୩୧ ଅକ୍ଟୋବରେ ନ୍ୟୁଜିଲାଣ୍ଡ, ୩ ନଭେମ୍ବରରେ ଆଫଗାନିସ୍ତାନ, ୫ ନଭେମ୍ବରରେ ସ୍କଟଲ୍ୟାଣ୍ଡ, ୮ ନଭେମ୍ବରରେ ନାମିବିଆକୁ ଭେଟିବ ।

ତେବେ ଚଳିତ ବିଶ୍ୱକପରେ ଏକ ଐତିହାସିକ ଘଟଣା ଭାବେ ନାମିବିଆ ସୁପର-୧୨ରେ ସ୍ଥାନ ପାଇଛି । ଫଳରେ ନାମିବିଆକୁ ଭାରତ ସହ ଅନ୍ୟ ହେଭିୱେଟ୍ ଟିମ୍ ସହ ଲଢ଼େଇ କରିବାକୁ ପଡ଼ିବ । ଅନୁରୂପ ଭାବେ ସ୍କଟଲ୍ୟାଣ୍ଡ ରାଉଣ୍ଡ-୧ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସୁପର-୧୨ରେ ପହଞ୍ଚିଛି । ଭାରତକୁ ଚଳିତ ବିଶ୍ୱକପର ଅନ୍ୟତମ ଦାବିଦାର କୁହାଯାଉଛି । ପ୍ରାରମ୍ଭିକ ମୁକାବିଲାରେ ଭାରତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରି ବଡ଼ ଟିମକୁ ଭେଟିବ । ତେବେ ଟି-୨୦ ପରି ଫଟାଫଟ୍ ଫର୍ମାଟରେ କୌଣସି ଟିମକୁ ଗୌଣ ମନେକରିବା ଅନୁଚିତ । ତେଣୁ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଭାରତକୁ ମଇଦାନକୁ ଓହ୍ଲାଇବାକୁ ପଡ଼ିବ ।

ଭାରତୀୟ ଟି-୨୦ ବିଶ୍ୱକପ ସ୍କ୍ୱାଡ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ ରକ୍ଷକ), ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚାହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ।

Get real time updates directly on you device, subscribe now.