fbpx

ICC T20 WC: ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଲାଗିଲା ୧୦୦୦ କୋଟି ଟଙ୍କାର ବେଟିଂ, ଆଣ୍ଟି କରପସନ ୟୁନିଟ୍ ସଜାଗ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ଭାରତ ନିଜର ଅଭିଯାନ ପାକିସ୍ତାନ ବିପକ୍ଷ ମହା ମୁକାବିଲାରୁ କରିବ । ଏହି ହାଇ ଭୋଲଟେଜ୍ ମୁକାବିଲା ଉପରେ ପୂରା ଦୁନିଆର ନଜର । କୁହାଯାଉଛି ଦୁବାଇରେ ଅକ୍ଟୋବର ୨୪ରେ ହେବାକୁ ଥିବା ମ୍ୟାଚ୍ ଉପରେ ଏ ପର୍ଯ୍ୟନ୍ତ ପ୍ରାୟ ୧୦୦୦ କୋଟି ଟଙ୍କାର ବେଟିଂ ଲାଗି ସାରିଛି । ଖାସ୍ କଥା ସଟ୍ଟେବାଜଙ୍କ ପ୍ରଥମ ପସନ୍ଦ ଟିମ୍ ଇଣ୍ଡିଆ ରହିଛି । ସଟ୍ଟା ବଜାର ମୁତାବକ ଟସ୍ ପଡିବା ମାତ୍ରେ ଏହା ୧୫୦୦ ରୁ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢିପାରେ ।

ସୂତ୍ର ଅନୁଯାୟୀ, ଦୁବାଇରେ ବର୍ତ୍ତମାନ ଅନେକ ଦେଶର ବହୁତ ବୁକି ଅଛନ୍ତି । ଦୁବାଇର ଜଣେ ବଡ ବୁକି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଭାରତର ରେଟ୍ ବର୍ତ୍ତମାନ ୫୭,୫୮ ରହିଛି । ଅନଲାଇନ୍ ବେଟିଂ ସାଇଟ୍ ଜରିଆରେ ମଧ୍ୟ ସମଗ୍ର ଦେଶର ସମସ୍ତ ଛୋଟ ବଡ ଏବଂ ହାଇ ପ୍ରୋଫାଇଲ ବୁକି ଏହି ମହାମୁକାବିଲା ଉପରେ କୋଟି କୋଟି ଟଙ୍କା ବେଟିଂ ଲଗାଇଛନ୍ତି ।

ଆଣ୍ଟି କରପସନ ୟୁନିଟର ନଜର

ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟର ବଡ ଅଧିକାରୀ ବର୍ତ୍ତମାନ ଦୁବାଇ ଏବଂ ଆବୁଧାବିରେ ଅଛନ୍ତି । ଅଧିକାରୀମାନେ ପ୍ରତି ମ୍ୟାଚ୍ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଅଧିକାରୀ ଏବଂ ସ୍ଥାନୀୟ ଏଜେନ୍ସି ବୁକିଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି । ଏଥିରେ ଖେଳାଳିଙ୍କ ସୁରକ୍ଷା ଏବଂ ଅନ୍ୟ ପ୍ରସଙ୍ଗ ମଧ୍ୟ ସାମିଲ୍ । ଯେମିତି କୌଣସି ବୁକି ଖେଳାଳିଙ୍କ ନିକଟତର ନ ହୁଅନ୍ତି ତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ହେଲେ ବିସିସିଆଇର ଦୁର୍ନୀତି ନିବାରଣ ଅଧିକାରୀ ୧୦୦୦ କୋଟି ଟଙ୍କାର ବେଟିଂ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଭାରତରେ ମଧ୍ୟ ସବୁ ରାଜ୍ୟର କ୍ରାଇମ ବ୍ରାଞ୍ଚ ସାଇବର ୟୁନିଟ୍ ସେହି ସମସ୍ତ ସାଇଟ୍ ଉପରେ ନଜର ରଖିଛନ୍ତି, ଯାହା ମାଧ୍ୟମରେ ଅନଲାଇନ୍ ବେଟିଂ ରାକେଟ୍ ପରିଚାଳିତ ହେଉଛି ।

Get real time updates directly on you device, subscribe now.