fbpx

ଆମେରିକା ଚାପରେ ନଇଁବନି ଭାରତ, ଶସ୍ତା ଦାମରେ ଋଷ ଠାରୁ କିଣିବ ତେଲ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଠାରୁ ମିଳୁଥିବା ଚେତାବନୀକୁ ଅଣଦେଖା କରି ସହ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଋଷଠାରୁ ଆହୁରି ଅଧିକ କଞ୍ଚାତେଲ କିଣିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ମସ୍କୋଠାରୁ ତେଲ କିଣିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଋଷଠାରୁ ତେଲ କିଣିବାକୁ ନେଇ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯଦି ଶସ୍ତା ଦରରେ ତେଲ ମିଳୁଛି ତେବେ ଏହାକୁ କାହିଁକି ନ କିଣିବା? ସେ କହିଛନ୍ତି ଯେ ରାଷ୍ଟ୍ର ହିତ ଏବଂ ଏହାର ଆବଶ୍ୟକତାକୁ ପ୍ରାଥମିକତା ଦେଉଛି ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଯୁଦ୍ଧ ଜାରି ରଖିଥିବା ଋଷ ଉପରେ ଆମେରିକା ଅନେକ ପ୍ରତିବନ୍ଧକ ଲଗାଇଛି । ଆମେରିକା ଡରରେ ବିଶ୍ୱର ଅନେକ ଦେଶ ଋଷ ସହ ନିଜ କାରବାର ବନ୍ଦ କରିଛନ୍ତି । ଫଳରେ ଋଷକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି । ଏଭଳି ସଙ୍କଟ ସମୟରେ ଋଷର ସାହାଯ୍ୟ ପାଇଁ ଭାରତ ଆଗକୁ ଆସିଛି । ଭାରତ ଋଷ ଠାରୁ ବଡ଼ ମାତ୍ରାରେ କଞ୍ଚାତେଲ କିଣିବାକୁ ଯାଉଛି ।

ଆମେରିକା ପୂର୍ବରୁ ଭାରତକୁ ଚେତାବନୀ ଦେଇଥିଲା ଯେ ଋଷ ଠାରୁ ତେଲ କିଣିବା ଭାରତକୁ ମହଙ୍ଗା ପଡ଼ିପାରେ । ପ୍ରକୃତରେ ଆମେରିକା ଋଷ ଉପରେ ଆହୁରି କଡ଼ା ପ୍ରତିବନ୍ଧକ ଲଗାଇବାକୁ ଚାହୁଛି । ଅବଶ୍ୟ ଆମେରିକା ଅନ୍ୟ ଦେଶମାନଙ୍କୁ ଋଷ ଠାରୁ ତେଲ କିଣିବାକୁ କହିନାହିଁ କିନ୍ତୁ ଶସ୍ତାରେ ଅଧିକ ତେଲ କିଣୁଥିବା ଦେଶ ଉପରେ ଆମେରିକାର ନଜର ରହିଛି । ଗତ ବର୍ଷ ଭାରତ ଋଷ ଠାରୁ ୧୬ ମିଲିୟନ ବ୍ୟାରେଲ କିଣିଥିଲା କିନ୍ତୁ ଏବର୍ଷ ମାର୍ଚ୍ଚ ସୁଦ୍ଧା ଭାରତ ଋଷଠାରୁ ୧୩ ମିଲିୟନ ବ୍ୟାରେଲ କିଣିସାରିଛି ।

ଏହି କାରଣରୁ ଋଷ ବିଦେଶ ମନ୍ତ୍ରୀ ଚୀନ ଗସ୍ତ ପରେ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ- ଋଷ ସମ୍ପର୍କ ଉପରେ କାହାର ଚାପ ପଡ଼ିବ ନାହିଁ । ସେ ଆହୁରି କହିଛନ୍ତି ଭାରତ ଏବଂ ଋଷ ସବୁବେଳେ ପରସ୍ପର ସହ ରହିଛନ୍ତି ।

Get real time updates directly on you device, subscribe now.