fbpx

ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ

ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ
ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ ଭାରତ । ଆଗାମୀ ମାସେ ଯାଏ ଭାରତ ସୁରକ୍ଷା ପରିଷଦର ସଭାପତି ଦାୟିତ୍ୱ ତୁଲାଇବ । ଏହି ସମୟ ମଧ୍ୟରେ ଭାରତ ଆତଙ୍କବାଦ ଉପରେ ଫୋକସ୍ କରିବ । ତେବେ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ଏନେଇ ଜାତିସଂଘ ମୁଖ୍ୟଙ୍କୁ ସମସ୍ତ ରଣନୀତି ସମ୍ପର୍କରେ ଅବଗତ କରାଇଛନ୍ତି ।

ଭାରତ ସର୍ବଦା ଆତଙ୍କବାଦ ଲଢ଼େଇରେ ଆଗରେ ରହୁଥିବାରୁ ଏ ଦିଗରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ । ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ତିରୁମୂର୍ତ୍ତି ଏକ ପ୍ରେସ୍ ମିଟ୍ କରିଛନ୍ତି । ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବା ଦେଶ ପାଇଁ ଗର୍ବର କଥା ବୋଲି ତିରୁମୂର୍ତ୍ତି କହିଛନ୍ତି । ଗୋଟିଏ ପଟେ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଜାତିସଂଘ ନିରାପତ୍ତା ପରିଷଦର ଦାୟିତ୍ୱ ନେବାକୁ ଯାଉଛି । ତେବେ ଆଜିଠାରୁ ଆନୁଷ୍ଠାନିକ ଭାବେ ନିରାପତ୍ତା ପରିଷଦର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ତିରୁମୂର୍ତ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.