fbpx

ତୃତୀୟ ମହିଳା ଦିନିକିଆରେ ୩୯ ରନ୍‌ରେ ଶ୍ରୀଲଙ୍କା ପରାସ୍ତ ,୩-୦ରେ କ୍ଳିନ୍‌ ସୁଇପ୍‌ କରି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ପାଲେକାଲେ (ଶ୍ରୀଲଙ୍କା): ଅଧିନାୟିକା ହରମନପ୍ରୀତ କୌର ,ପୂଜା ବସ୍ତ୍ରକାର ଓ ଶେଫାଳୀ ବର୍ମାଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ସଫଳତାକୁ ଆଧାର କରି ଭାରତ ଏଠାରେ ଗୁରୁବାର ଅନୁଷ୍ଠିତ ଚଳିତ ମହିଳା ଦିନିକିଆ କ୍ରିକେଟ ସିରିଜର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୩୯ ରନରେ ପରାସ୍ତ କରିଛି । ଏହି ସଫଳତା ସହିତ ଭାରତ ୩-୦ରେ କ୍ଳିନ ସୁଇପ ସିରିଜ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟିକା ହରମନପ୍ରୀତ କୌରଙ୍କ ୭୫, ପୂଜା ବସ୍ତ୍ରକାରଙ୍କ ଅପରାଜିତ ୫୬ ଓ ଶେଫାଳି ବର୍ମାଙ୍କ ୪୯ ରନ ବଳରେ ୫୦ ଓଭରରେ ୯ ୱିକେଟ ହରାଇ କରିଥିଲଶ ୨୫୫ ରନ । ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟିକା ଚାମରି ଆଥାପାଥୁ , ଇନୋକା ରଣବୀରା ଓ ରଶ୍ମୀ ସିଲଭା ପ୍ରତ୍ୟେକ ୨ଲେଖାଏଁ ୱିକେଟ ଅକ୍ତିଆର କରି ଥିଲେ । ପଛରେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ବୋଲରଙ୍କୁ ସଠିକ ମୁକାବିଲା କରି ନ ପାରି ୪୭.୩ ଓଭରରେ ୨୧୬ ରନ କରି ଅଲ ଆଉଟ ହୋଇ ଯାଇଥିଲା ।

ଅଧିନାୟିକା ଚାମିରା ଆଥାପାଥୁ ୪୪, ହାସିନି ପେରେରା ୩୯ ଓ ନିକାଶୀ ଡି ସିଲଭା ୪୮ ସର୍ବାଧିକ ରନ କରି ଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ରାଜେଶ୍ୱରୀ ଗାଏକ୍ୱାଡ ୩୬ ରନ ବିନିମୟରେ ୩ ୱିକେଟ ଅକ୍ତିଆର କରି ଥିବା ବେଳେ ପୁଜା ବସ୍ତ୍ରକାର ଓ ମେଘନା ସିଂଙ୍କୁ ୨ ଲେଖାଏଁ ସଫଳତା ମିଳିଥିଲା । ସେହି ରି ଦୀପ୍ତି ଶର୍ମା, ହରମନପ୍ରୀତ କୌର ଓ ହରଲିନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଅନୁଷ୍ଠିତ ଦୁଇ ମ୍ୟାଚରେ ମଧ୍ୟ ଭାରତ ଏକ ତରଫା ବିଜୟ ହାସଲ କରିଥିଲା । ଭାରତୀୟ ମହିଳା ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ମଧ୍ୟ ୨- ୧ ବ୍ୟବଧାନରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.