fbpx

ଭାରତକୁ ୧୬ତମ ସ୍ୱର୍ଣ୍ଣ: ପୁରୁଷ F-46 ଶଟ୍ ପୁଟରେ ସଚିନ ଖିଲାରିଙ୍କ କମାଲ

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଆଜି ଭାରତ ନୂଆ ରେକର୍ଡ କରିଛି । ଗତ ଇଣ୍ଡୋନେସିଆ ପାରା ଗେମ୍ସରେ ଭାରତ ୧୫ଟି ସ୍ୱର୍ଣ୍ଣ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଆଜି ତାହକୁ ଅତିକ୍ରମ କରି ଭାରତ ନୂଆ ରେକର୍ଡ ସ୍ଥାପନ କରିଛି । ପୁରୁଷ ଶଟ୍ ପୁଟ ଏଫ-୪୬ ଇଭେଣ୍ଟରେ ଭାରତ ଦିନର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି । ସଚିନ ସର୍ଜେରାଓ ଖିଲାରି ୧୬.୦୩ ମିଟର ପ୍ରଦର୍ଶନ କରି ରେକର୍ଡ କରିଛନ୍ତି । ପୁରୁଷ ଶଟପୁଟ ଏଫ-୪୬ ଇଭେଣ୍ଟରେ ରୋହିତ କୁମାର ୧୪.୫୬ ମିଟର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହିତ ଆଜି ଭାରତ ଭିନ୍ନ ଭିନ୍ନ ବିଭାଗରେ ୩ଟି ବ୍ରୋଞ୍ଜ ପଦକ ମଧ୍ୟ ଜିତିଛି । ଏହା ଫଳରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୧୬ରେ ପହଞ୍ଚିବା ସହିତ ମୋଟ ପଦକ ସଂଖ୍ୟା ୬୮ରେ ପହଞ୍ଚିଛି ।

ଚଳି ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.