fbpx

ଜୁଲାଇ ୬ ରୁ ଭାରତ- ଜିମ୍ବାୱେ ସିରିଜ, ଖେଳସୂଚୀ ଜାରି, ଯୁବବାହିନୀ ସହ ଜିମ୍ବାୱେ ଯିବ ଟିମ୍ ଇଣ୍ଡିଆ

Advertisement

ଓଡିଶା ଭାସ୍କର: ଭାରତ- ଜିମ୍ବାୱେ ମଧ୍ୟରେ ଆସନ୍ତା ଜୁଲାଇ ୬ ତାରିଖରୁ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ ଖେଳିବ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ସମସ୍ତ ମ୍ୟାଚ୍ ଜିମ୍ବାୱେର ହରାରେ ସ୍ପୋଟର୍ସ କ୍ଲବରେ ଖେଲାଯିବ । ଭାରତ ଏହି ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୬ ତାରିଖ, ଦ୍ୱିତୀୟ ମ୍ୟାଚ ଜୁଲାଇ ୭ ତାରିଖ ଓ ତୃତୀୟ ମ୍ୟାଚ ଜୁଲାଇ ୧୦ ତାରିଖରେ ଖେଳିବ । ସେହିଭଳି ସିରିଜର ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ଯଥାକ୍ରମେ ଜୁଲାଇ ୧୩ ଓ ୧୪ ତାରିଖରେ ଖେଳିବାର ଅଛି । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଯୁବ ଭାରତୀୟ ଦଳ ଏହି ସିରିଜ ଖେଳିବାକୁ ଯାଉଛି । ଏଥିରେ ବିଶ୍ୱକପ ବିଜୟ ଦଳର ପ୍ରାୟ ସଦସ୍ୟ ରହିବେ ନାହିଁ । ଏହି ସିରିଜର ସମସ୍ତ ମ୍ୟାଚ ଇଂରାଜୀ, ତାମିଲ, ତେଲୁଗୁ ତଥା ତାମିଲ ଭାଷାରେ ପ୍ରସାରଣ କରାଯିବ । ଭାରତୀୟ ପ୍ରଶଂସକ ସୋନି ସ୍ପୋର୍ଟସ ନେଟୱର୍କରେ ଏହି ସିରିଜର ଆନନ୍ଦ ନେଇପାରିବେ । ଟେଲିଭିଜନରେ sony ten 3 (ହିନ୍ଦୀ), sony ten 4(ତାମିଲ/ ତେଲୁଗୁ )ଭାଷାରେ ଏହାର ମଜା ନେଇପାରିବେ କ୍ରିକେଟପ୍ରେମୀ । ସେହିଭଳି ଏହାର ଲାଇଭ ସୋନି ଲାଇଭ (sony liv ) ର ସବସ୍କ୍ରିପସନ ନେଇ ଦେଖି ପାରିବେ ।

ଆଇପିଏଲରେ ଧୂଆଁଦାର ପ୍ରଦର୍ଶନ କରିଥିବା ବହୁ ଖେଳାଳି ଜିମ୍ବାୱେ ସିରିଜ ପାଇଁ ଚୟନ ହୋଇଛନ୍ତି । ଏଥିରେ ରିୟାନ ପରାଗ, ଅଭିଷେକ ଶର୍ମା, ତୁଷାର ଦେଶପାଣ୍ଡେ, ଖଲିଲ ଅହମଦ, ଧ୍ରୁବ ଜୁରେଲ, ଆବେଶ ଖାନ, ମୁକେଶ କୁମାର ତଥା ରବି ବିଷ୍ଣୋଇ ଭଳି ଯୁବ ପ୍ରତିଭାବାନ ଖେଳାଳିଙ୍କ ନାଁ ରହିଛି । ଏହି ସିରିଜ ପାଇଁ ଚୟନିତ ହୋଇଥିବା ନିତୀଶ କୁମାର ରେଡ୍ଡି ଆହତ ସମସ୍ୟା ପାଇଁ ସିରିଜରୁ ବାହାର ହୋଇ ଯାଇଛନ୍ତି । ତେବେ ରେଡ୍ଡୀ କେଉଁ ପ୍ରକାର ଆହତ ସମସ୍ୟା ଦେଇ ଗତି କରୁଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାୟକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ ରକ୍ଷକ), ଧ୍ରୁବ ଜୁରେଲ ( ୱିକେଟ ରକ୍ଷକ ), ଶିବମ ଦୁବେ, ରିୟାନ ପରାଗ, ୱାଶିଂଗଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ।

Get real time updates directly on you device, subscribe now.