fbpx

ଆସିଲା ନିଯୁକ୍ତି ସୁଯୋଗ : ଭାରତୀୟ ବାୟୁ ସେନାରେ ଖାଲି ଅଛି ପଦବୀ, ଜାଣନ୍ତୁ କେବେ ଠାରୁ କରି ପାରିବେ ଆବେଦନ

Advertisement

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାରେ ସାମିଲ ହେବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ରହିଛି ଖୁସି ଖବର । ଇଣ୍ଡିଆନ ଏୟାରଫୋର୍ସରେ  ଭର୍ତ୍ତି ପାଇଁ ବିଜ୍ଞାପନ ଜାରି ହୋଇଛି । ଜାରି କରାଯାଇଥିବା ବିଜ୍ଞାପନକୁ ଦେଖିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ agnipathvayu.cdac.inକୁ ଯାଇ ନୋଟିସ୍ ଚେକ କରିପାରିବେ । ଏହି ପଦବୀ କେବଳ ଅବିବାହିତ ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି । ଏହି ପଦବୀ ପାଇଁ ପ୍ରାର୍ଥୀ ଅକ୍ଟୋବର ୧୩ରେ ଲିଖିତ ପରୀକ୍ଷା ଦେବେ ।

ଆବେଦନ ଆରମ୍ଭ : ଏହାର ରେଜିଷ୍ଟ୍ରେସନ ଜୁଲାଇ ୨୭, ୨୦୨୩
ଆବେଦନ ଶେଷ : ଅଗଷ୍ଟ ୧୭, ୨୦୨୩

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଫିଜିକ୍ସ, ଗଣିତ, ଇଂରାଜୀରେ +୨ ପାସ କରିଥିବା ଜରୁରୀ । ପ୍ରାର୍ଥୀ ଦ୍ୱାଦଶରେ ସର୍ବନିମ୍ନ ୫୦% ମାର୍କ ରଖିଥିବା ସହିିତ ଇଂରାଜୀରେ ୫୦% ମାର୍କ ଥିବା ଆବଶ୍ୟକ ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୧ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ୨୫୦ ଟଙ୍କା ଦେବାକୁ ହେବ । ଆବେଦନ ଶୁଳ୍କଟି ଆପଣ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ଦ୍ୱାରା କରି ପାରିବେ ।

କିପରି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ମାଧ୍ୟମରେ ହେବ । ପ୍ରଥମେ ଅନଲାଇନ ମାଧ୍ୟମରେ ପରୀକ୍ଷା ହୋଇ, ପରେ ଫିଜିକାଲ ଫିଟନେସ ଟେଷ୍ଟ କରାଯିବ ।

ଅଧିକ ଜାଣିବା ପାଇଁ ଏଠଅରେ କ୍ଲିକ କରନ୍ତୁ :

https://agnipathvayu.cdac.in/AV/img/upcoming/AGNIVEER_VAYU_01-2024.pdf

Get real time updates directly on you device, subscribe now.