ଦେଖନ୍ତୁ ଯୁଦ୍ଧର ପ୍ରଥମ (Video) ଶତ୍ରୁକୁ ଛାଡ଼ିବୁ ନାହିଁ…. ଆମେ ଦେଶ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା । ୧୦ ସେକେଣ୍ଟର ଏକ ଭିଡିଓ ଆର୍ମି ଏକ୍ସ ୱେବସାଇଟରେ ଅପଲୋଡ୍ କରାଯାଇଛି ।

ଜାରି ଭିଡିଓରେ ଭାରତ କିପରି ପାକିସ୍ତାନ ଆର୍ମି ପୋଷ୍ଟ ଧ୍ୱସ୍ତ କରୁଛି ତାହା ଦେଖିବାକୁ ମିଳିଛି । ଅପରେଶନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନ ଉପରେ ବଡ଼ ହମଲା କରିଛି ।

ଏଲଓସିରେ ପାକିସ୍ତାନ ପ୍ରଥମେ ଅସ୍ତ୍ର ବିରତତି ଉଲଂଘନ କରିଥିବା ସେନା ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ସେନା ଭାରତ ଉପରେ ଏକାଧିକ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେଗୁଡ଼ିକୁ ପଣ୍ଡ କରିଛି ଭାରତୀୟ ସେନା ।

ଭାରତୀୟ ସେନା ଶତ୍ରୁକୁ ଛାଡ଼ିବନାହିଁ । ଦେଶର ସୁରକ୍ଷା ପାଇଁ ଯବାନ ପ୍ରତିଶ୍ରୁତିବଦ୍ଧ ବୋଲି ଆର୍ମି ପୋଷ୍ଟରେ କୁହାଯାଇଛି । ଗତକାଲିର ହମଲାରେ ଭାରତ ପାକିସ୍ତାନର ୫୦ଟି ଡ୍ରୋନ ସାଙ୍ଗକୁ ୮ଟି ମିଶାଇଲ ମାରି ଖସାଇଛି ।