ସେନା ଗାଡ଼ି ଉପରେ ଆକ୍ରମଣ, ଅଚାନକ ଫୁଟିଲା ଗୁଳି, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅଖନୁରରେ ସୋମବାର ଅତଙ୍କବାଦୀମାନେ ସେନାଙ୍କ ଗାଡ଼ି ଉପରେ ଗୁଳି ଚଳାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଜମ୍ମୁ ଜିଲ୍ଲାରେ ଜୋଗବାନ ଅଞ୍ଚଳରେ ଏଲଓସି ପାଖରେ ଏହି ଘଟଣା ଘଟିଛି। ସେନା ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣରେ କାହାରି କୌଣସି କ୍ଷତି ଘଟିନାହିଁ। ସତର୍କ ଯବାନମାନେ ଟେରର ଆଟାକକୁ ଅସଫଳ କରାଇଛନ୍ତି। ଏଥିସହ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇସାରିଛି ଏବଂ ସ୍ଥାନୀୟ ଲୋକଙ୍କୁ ଏହି ଆକ୍ରମଣକୁ ନେଇ ପଚରାଉଚରା କରାଯାଉଛି।

ରିପୋର୍ଟ ମୁତାବକ, ପାକିସ୍ତାନ ସହ ଲାଗିକି ଥିବା ସୀମାରେ ୩ଜଣ ଆତଙ୍କବାଦୀ ଥିବା ଜଣାପଡିଛି। ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଭଟ୍ଟଳ ଅଞ୍ଚଳ ସ୍ଥିତ ଆସନ ମନ୍ଦିର ପାଖରେ ଗ୍ରାମବାସୀ ଅନେକ ଅସ୍ତ୍ରଶସ୍ତ୍ର ସହ ଆତଙ୍କବାଦୀଙ୍କୁ ଦେଖିଛନ୍ତି ବୋଲି ସୂଚନା ଦେଇଛନ୍ତି। ସୀମାର ନିକଟସ୍ଥ ଗ୍ରାମରେ ଯେତେବେଳେ ଯବାନଙ୍କ ଆମ୍ବୁଲାନ୍ସ ଯାଇଥିଲା, ଏହି ସମୟରେ ଗୁଳିର ଶବ୍ଦ ଶୁଭାଯାଇଥିଲା। ସେନା କର୍ମୀଙ୍କ ସହ ପୋଲିସ ଗାଁ ଏବଂ ଆଖପାଖ ଅଞ୍ଚଳକୁ ସିଲ କରିଛନ୍ତି।