Axiom-4 Mission: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ କେବେ ଉଡାଣ ଭରିବେ ଶୁଭାଂଶୁ ଶୁକ୍ଳା? ଆସିଲା ନୂଆ ତାରିଖ

ଜୁନ୍ ୨୫ରେ ଲଞ୍ଚ ହେବ ଆକ୍ସିଅମ୍-୪ ମିସନ୍ ।

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିୟମ୍-୪ ମିଶନ୍ ଜୁନ୍ ୨୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉତକ୍ଷେପଣ କରାଯିବ । ଏହି ସୂଚନା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦେଇଛି ।

ନାସା କ’ଣ କହିଲା-ନାସାର ଏକ ବିବୃତ୍ତିରେ କୁହାଯାଇଛି, ‘ନାସା, ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସ ଜୁନ୍ ୨୫ ତାରିଖ ବୁଧବାର ଭୋର ସମୟରେ ‘ଆକ୍ସିଅମ୍ ମିଶନ୍ ୪’ର ଉତକ୍ଷେପଣ କରାଯିବ ।

ଶୁକ୍ଳାଙ୍କ ସହିତ ଆଉ କିଏ ସାମିଲ ଅଛନ୍ତି-ଆକ୍ସିଅମ୍-୪ କମର୍ସିଆଲ ମିଶନର ନେତୃତ୍ୱ କମାଣ୍ଡର ପେଗି ହ୍ୱିଟସନ୍ ନେଉଛନ୍ତି, ଶୁକ୍ଳା ମିଶନ ପାଇଲଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ହଙ୍ଗେରୀୟ ମହାକାଶଚାରୀ ଟିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋଜ୍ ଉଜନାନସ୍କି-ୱିସ୍ନିୱସ୍କି ମିଶନ ବିଶେଷଜ୍ଞ ।

ଅନେକ ଥର ଉତକ୍ଷେପଣ ସ୍ଥଗିତ- ଏହି ମିଶନ ଅନ୍ତର୍ଗତ ଉତକ୍ଷେପଣ ମୂଳତଃ ମେ ୨୯ ତାରିଖରେ ସ୍ଥିର କରାଯାଇଥିଲା, କିନ୍ତୁ ଫାଲକନ୍-୯ ରକେଟ୍ ର ବୁଷ୍ଟରରେ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ପୁରୁଣା ରୁଷିଆନ୍ ମଡ୍ୟୁଲ୍‌ରେ ତରଳ ଅମ୍ଳଜାନର ଲିକ୍ ଚିହ୍ନଟ ହେବା ପରେ, ଏହାକୁ ପ୍ରଥମେ ଜୁନ୍ ୮, ତା’ପରେ ଜୁନ୍ ୧୦ ଏବଂ ତା’ପରେ ଜୁନ୍ ୧୧ ତାରିଖକୁ ସ୍ଥଗିତ କରାଯାଇଥିଲା।

ପୂର୍ବରୁ ତାରିଖ ଜୁନ୍ ୨୨ ଥିଲା- ଏହା ପରେ ଉତକ୍ଷେପଣ ଯୋଜନାକୁ ପୁଣି ଜୁନ୍ ୧୯ ତାରିଖକୁ ସ୍ଥଗିତ କରାଯାଇଥିଲା ଏବଂ ତା’ପରେ ରୁଷିଆନ୍ ମଡ୍ୟୁଲ୍‌ରେ ନାସା ଦ୍ୱାରା ମରାମତି କାର୍ଯ୍ୟ ପରେ କକ୍ଷ ପ୍ରୟୋଗଶାଳାର କାର୍ଯ୍ୟ ମୂଲ୍ୟାଙ୍କନ କରିବା ପାଇଁ ଉତକ୍ଷପଣ ତାରିଖ ଜୁନ୍ ୨୨ ସ୍ଥିର କରାଯାଇଥିଲା।

କେନେଡି ସ୍ପେସ୍ ସେଣ୍ଟରରୁ କରାଯିବ ଉତକ୍ଷେପଣ- ଏହି ମିଶନ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରର ‘ଲଞ୍ଚ କମ୍ପ୍ଲେକ୍ସ ୩୯ଏ’ ରୁ ଉତକ୍ଷେପଣ କରାଯିବ । ନାସା କହିଛି ଯେ ‘ଡକିଂ’ ସମୟ ଜୁନ୍ ୨୬, ଗୁରୁବାର ସକାଳ ୭ଟା (ଭାରତୀୟ ସମୟ ୪.୩୦) ହେବ।