fbpx
BJD SKY
BJD SKY

Indian Coast Guard Recuritment 2022: ଦଶମ ପାସଙ୍କ ପାଇଁ ଭାରତୀୟ କୋଷ୍ଟ ଗାର୍ଡରେ ନିଯୁକ୍ତି ସୁଯୋଗ, ଜଲଦୀ କରନ୍ତୁ ଆବେଦନ

BJD

ଭାରତୀୟ କୋଷ୍ଟ ଗାର୍ଡରେ ସିଭିଲିୟନ ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ jionindiancoastguard.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୩ ଫେବୃଆରୀ ରହିଛି । ସମୁଦାୟ ୮୦ ପଦବୀ ପାଇଁ ଆବେଦନ କରାଯାଉଛି ।  ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ପଦବୀ ପାଇଁ ରହିଛି ଆବେଦନ:

ଇଞ୍ଜିନ ଡାଇଭର: ୮ ପଦ

ସାରଙ୍ଗ ଲସ୍କର: ୩ ପଦ

ଷ୍ଟୋର କିପର ଗ୍ରେଢ ୨: ୪ ପଦ

ସିଭିଲିୟାନ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର: ୨୪ ପଦ

ଫାୟରମ୍ୟାନ: ୬ ପଦ

ଆଇସିଇ ଫିଟର: ୬ ପଦ

ସ୍ପ୍ରେ ପେଣ୍ଟର: ୧ ପନଦ

ଏମଟି ଫିଟର/ ଏମଟି ଟେକ: ୬ ପଦ

ଏମଟିଏସ: ୧୯ ପଦ

ସିଟ ମେଟାଲ ୱାର୍କର: ୧ ପଦ

ଇଲେକ୍ଟ୍ରିକାଲ ଫିଟର: ୧ ପଦ

ଲେବର: ୧ ପଦ

ଯୋଗ୍ୟତା ଏବଂ ବୟସ:

ଏହି ସବୁ ପଦରେ ଆବେଦନ କରିବା ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ତେବେ ସଂରକ୍ଷିତ ବର୍ଗଙ୍କ ପାଇଁ ୩-୫ ବର୍ଷର ଛାଡ଼ ରହିଛି । ପଦରେ ଆବେଦନ କରିବା ପାଇଁ ଦ୍ୱାଦଶ କିମ୍ବା ଦଶମ ପାସ୍ ହୋଇଥିବା ଆବଶ୍ୟକ । ଯୋଗ୍ୟତା ତଥା ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ https://indiancoastguard.gov.in/WriteReadData/Orders/202201240840049141068advertisement-1.pdf

Get real time updates directly on you device, subscribe now.