fbpx

ସ୍ତ୍ରୀ’ର କଟାମୁଣ୍ଡ ଧରି ବୁଲିଲା ସ୍ୱାମୀ: ପରକୀୟା ପ୍ରୀତି ସନ୍ଦେହରେ କଲା ହତ୍ୟା

ନୂଆଦିଲ୍ଳୀ: ସାତ ଜନ୍ମ ପାଇଁ ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ପିଶାଚ। ନର ରାକ୍ଷସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଲା କାଟି କଲା ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରିବା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବିଚରାସ୍ତାରେ ବୁଳିଲା ପିଶାଚ ସ୍ୱାମୀ। ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଇରାନର ସଡକରେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଇରାନରେ ଜଣେ ବ୍ୟକ୍ତି ପରକୀୟ ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ବିଭତ୍ସ ରୂପେ ହତ୍ୟା କରିଛି।

ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀର ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି। ଏହାପରେ ମୁହଁରେ ହସ ଆଉ ଗୋଟିଏ ହାତରେ କଟା ମୁଣ୍ଡ ଏବଂ ଆଉ ଗୋଟିଏ ହାତରେ ଧାରୁଆ ଅସ୍ତ୍ର ଧରି ରାସ୍ତା ଉପରେ ବୁଲିଛି ଅଭିଯୁକ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଇରାନ ପୁଲିସ ଉକ୍ତ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। ଏଥିସହ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

Get real time updates directly on you device, subscribe now.