ଓଡ଼ିଶା ଭାସ୍କର: ବଶ୍ୱରେ ଭାରତର ଜନସଂଖ୍ୟା ସର୍ବାଧିକ । ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ଶିଶୁ ଜନ୍ମ ହାର କମିବାରେ ଲାଗିଛି । ଦମ୍ପତି ପିଲା ଜନ୍ମ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଜନ୍ମ ହାର କମିବା ଭବିଷ୍ୟତରେ ଦେଶ ପାଇଁ ବଡ଼ ବିପଦ ସୃଷ୍ଟି କରିବ । ଟୋକିଓ, ହଂକଂ ଏବଂ ଦକ୍ଷିଣ କୋରିଆରେ ସମାନ ସ୍ଥିତି ଦେଖାଯିବା କାରଣରୁ ସେଠାକାର ସରକାର ବହୁ ଯୋଜନା ଆରମ୍ଭ କରିଛନ୍ତି । ଟୋକିଓରେ ପ୍ରେଗନେଣ୍ଟ ମହିଳାଙ୍କ ପାଇଁ ୪ ଦିବସୀୟ କାର୍ଯ୍ୟଦିନ ବ୍ୟବସ୍ଥା କରାଯାଇଛି । ଅର୍ଥାତ୍ ସେମାନଙ୍କୁ ସପ୍ତାହକରେ ମାତ୍ର ୪ ଦିନ କାମ କରିବାକୁ ପଡ଼ିବ । ସେହିପରି ଜାପାନ ପିଲାଜନ୍ମ ପାଇଁ ପ୍ରୋତ୍ସାହନ ମିଳୁଛି । କୋରିଆରେ ସ୍ତ୍ରୀମାନଙ୍କୁ ବୋନୋସ ଦିଆଯିବାର ବ୍ୟବସ୍ତା ରହିଛି ।
ନିକଟରେ କର୍ନାଟକର କୋଡବାରେ ପିଲା ଜନ୍ମ ପାଇଁ ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା । ଦମ୍ପତି ତୃତୀୟ ସନ୍ତାନ ଜନ୍ମ କଲେ ୫୦ ହଜାର ଏବଂ ଚତୁର୍ଥ ସନ୍ତାନ ଜନ୍ମ କଲେ ଲକ୍ଷେ ଟଙ୍କା ଦିଆଯିବା ନେଇ ଘୋଷଣା କରାଗଲା । କିନ୍ତୁ ଏହା ସତ୍ତ୍ୱେ କୌଣସି ଦମ୍ପତି ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ ।
ପିଲା ନ ହେବାର ବହୁତଗୁଡ଼ିଏ କାରଣ ରହିଛି । କୌଣସି ଗରିବ କିମ୍ବା ମଧ୍ୟମ ବର୍ଗ ପରିବାର ପିଲା ଜନ୍ମ କରିବା ପାଇଁ ଡେରି କରୁଛନ୍ତି । ଏହାର କାରଣ ସେମାନେ ଭଲ ସୁଯୋଗ ଏବଂ କ୍ୟାରିୟର୍ ଗଢ଼ିବା ଉପରେ ବେଶୀ ଫୋକସ୍ ଦେଉଛନ୍ତି । ଭାରତରେ ଏବେ ଚାଇଲ୍ଡଲେସ୍ ଶବ୍ଦ ବଦଳରେ ଚାଇଲ୍ଡଫ୍ରି ଶବ୍ଦ ପ୍ରୟୋଗ ହେବାରେ ଲାଗିଛି । ପୁଣେରେ ରହି ବ୍ୟବସାୟ କରୁଥିବା ଦିବ୍ୟା ପିଲା ଜନ୍ମ କରିବାକୁ ଚାହୁଁ ନାହାନ୍ତି । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, କରୋନା ଭଳି ରୋଗ ପାଇଁ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ସେ ସମୟରେ ପିଲା ଜନ୍ମ କରି ତା’ ଜୀବନ କଷ୍ଟକର କରିବା ସେ ଚାହୁଁ ନ ଥିବା କହିଛନ୍ତି ।
ସହରରେ ରହୁଥିବା ମଧ୍ୟମ ଏବଂ ଧନୀକ ଶ୍ରେଣୀ ମହିଳାମାନେ ସ୍ୱାଧୀନ ଭାବେ ଜୀବନ ବିତାଇବାକୁ ଚାହାନ୍ତି । ଟଙ୍କା ରୋଜଗାର କରି ସେମାନେ ନିଜ ଜୀବନକୁ ମନ ଇଚ୍ଛା ଉପଭୋଗ କରିବାକୁ ଚାହୁୂଁଛନ୍ତି । ଯେଉଁ କାରଣରୁ ସେମାନେ ପିଲା ଜନ୍ମ କରିବାକୁ ଚାହୁଁ ନାହାନ୍ତି । ବିଶେଷଜ୍ଞମାନଙ୍କ ମତରେ କପଲମାନେ ପିଲାର ଲାଳନ ପାଳନ ଉପରେ ଧ୍ୟାନ ନ ଦେଇ ପିଲାଙ୍କ ପାଇଁ କ’ଣ ତା ଉପରେ ଫୋକସ୍ କରୁଛନ୍ତି । ଏହାବ୍ୟତୀତ ସମାଜରେ ବେରୋଜଗାର, ସମାଜିକ ଭିନ୍ନତା ମଧ୍ୟ ପ୍ରମୁଖ କାରଣ । କିଛି ପୁରୁଷ ପିଲା ଜନ୍ମ କରି ତା’ ଲାଳନ-ପାଳନରେ ସ୍ତ୍ରୀମାନଙ୍କୁ ଛନ୍ଦିବାକୁ ପସନ୍ଦ କରୁ ନାହାନ୍ତି ।