ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ବାଗେଶ୍ୱର ଧାମ ଗଲେ କୁଲଦୀପ ଯାଦବ; ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ଛୁଟିରେ ଯାଇଥିଲେ । ଏପରିକି ସେ ପ୍ୟାରିସର କିଛି ଫଟୋ ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଶ୍ରୀଲଙ୍କା ଗସ୍ତରେ କୁଲଦୀପ ଦିନିକିଆ ଦଳରେ ମନୋନୀତ ହୋଇଥିବାରୁ ଏବେ ତାଙ୍କ ଛୁଟି ପ୍ରାୟ ଶେଷ ହେବାକୁ ଯାଉଛି । ଏପଟେ ଶ୍ରୀଲଙ୍କାରେ ପହଞ୍ଚିଛିଛନ୍ତି ଭାରତୀୟ କ୍ରିକେଟ୍ ଦଳ । ଯେଉଁଠାରେ ସେମାନଙ୍କୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ପଡ଼ିବ । ଅଗଷ୍ଟ ୨ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।
ଏହି ସିରିଜ୍ ପାଇଁ କୁଲଦୀପ ଯାଦବଙ୍କୁ ମଧ୍ୟ ଚୟନ କରାଯାଇଛି । ଟ୍ବେଣ୍ଟି-୨୦ ବିଶ୍ୱକପ୍ ପରେ କୁଲଦୀପଙ୍କୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି । ତେବେ ଶ୍ରୀଲଙ୍କା ଯିବା ପୂର୍ବରୁ କୁଲଦୀପ ବାବା ବାଗେଶ୍ୱର ଧାମରେ ନଜର ଆସିଥିଲେ । ୨୯ ବର୍ଷୀୟ କୁଲଦୀପ ଯାଦବଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କୁଲଦୀପ ବାବା ବାଗେଶ୍ୱର ଧାମରେ ନଜର ଆସିଛନ୍ତି । ସେଠାରେ ସେ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ । ସୂଚନାଯୋଗ୍ୟ ଯେ କୁଲଦୀପ ବହୁତ ଧାର୍ମିକ ଅଟନ୍ତି ଏବଂ ସେ ପୂର୍ବରୁ ଅନେକ ଥର ବାଗେଶ୍ୱର ଧାମରେ ପହଞ୍ଚିସାରିଛନ୍ତି । ଏହା ବ୍ୟତୀତ ସେ ମନ୍ଦିରରେ ପହଂଚି ଚାଲିଛନ୍ତି ।