fbpx

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ କୁକୁରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ସୁରକ୍ଷା ପାଇଁ CRPF ର ଦୁଇଟି ଦଳ ଚୟନିତ

ଓଡିଶା ଭାସ୍କର: ୨୬ ଜୁଲାଇରେ ଝଲସିବ ପ୍ୟାରିସ । ରଙ୍ଗାରଙ୍ଗ ଉତ୍ସବରେ ସାରା ବିଶ୍ୱ ରଙ୍ଗାୟିତ ହୋଇ ଉଠିବ । ୧୧ ଅଗଷ୍ଟ ଯାଏଁ କ୍ରୀଡାର ଏହି ମହାକୁମ୍ଭ ଅଲମ୍ପିକ୍ସ ଚାଲିବ । ସାରା ବିଶ୍ୱରୁ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଲଢିବେ ପଦକ ପାଇଁ । କାହାକୁ ମିଳିବ ସ୍ୱର୍ଣ୍ଣ ତ କିଏ କରାୟତ୍ତ କରିବ ରୌପ୍ୟ । ଆଉ ଅନେକ ପ୍ରତିଯୋଗୀ ନିରାଶରେ ଆଶାର କିରଣ ମଧ୍ୟ ସଞ୍ଚାର କରି ସ୍ୱଦେଶ ଫେରିବେ ।

ପ୍ୟାରିସ ଅଲମ୍ପିକ୍ସରେ ସୁରକ୍ଷାକୁ କଡାକଡି କରାଯାଇଛି । ସେଥିପାଇଁ ସାରା ବିଶ୍ୱରୁ ପ୍ରାୟ ୧୦ ଏଲିଟ ଡଗ ସ୍କ୍ୱାଡର ଚୟନ କରାଯାଇଛି । ଏଥିରେ ଭାରତର ୨ ଟି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ( ସିଆପିଏଫ) ର ଡଗ ସ୍କ୍ୱାଡ କେ-୯ ଟିମ୍ ମଧ୍ୟ ସାମିଲ ରହିଛନ୍ତି । ଏହି ସ୍କ୍ୱାଡ ଅଲମ୍ପିକ୍ସ ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ।

ଏହା ହେଉଛି ଭାରତ ପାଇଁ ପ୍ରଥମ ସୁଯୋଗ ଯେଉଁଠି ଅନ୍ତରାଷ୍ଟ୍ରୀୟସ୍ତରରେ ୨ ଟି ଡଗ ସ୍କ୍ୱାଡ କାମ କରିବେ । ଭାରତର ଏହି ଦୁଇ କୁକୁରର ନା ହେଉଛି ୱାଷ୍ଟ ଓ ଡେନବି । ଯାହାଙ୍କ ବୟସ କ୍ରମଶଃ ୫ ଓ ୩ ବର୍ଷ । ଉଭୟଙ୍କୁ ଏହି ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ କାମ କରିବା ପୂର୍ବରୁ କଠିନ ପ୍ରଶିକ୍ଷଣ ଦେଇ ଯିବାକୁ ପଡିଛି । ଏମାନଙ୍କୁ ରକ୍ଷଣବେକ୍ଷଣ କରୁଥିବା ଯବାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଛି । ତାହାସହ ଏମାନଙ୍କୁ ଫ୍ରେଞ୍ଚ ଭାଷା ମଧ୍ୟ ଶିଖାଯାଇଛି । ଏହି ଦୁଇ କୁକୁର ବେଲଜିୟମ ଶେଫର୍ଡ ମୈଲିନିୟମ ନଲ୍ସର ଅଟନ୍ତି । ଯେଉଁମାନଙ୍କ ଚାହିଦା ସାରା ବିଶ୍ୱରେ ରହିଛି ସୁରକ୍ଷା ପାଇଁ । ୱାଷ୍ଟ ଓ ଡେନବି ୧୦ ଜୁଲାଇରେ ପ୍ୟାରିସ ପହଞ୍ଚି ସାରିଛନ୍ତି ।

Get real time updates directly on you device, subscribe now.