fbpx

ମୋଦୀଙ୍କ ପ୍ରଶଂସାରେ ଶତମୁଖ ଶ୍ରୀଜେସ୍; କହିଲେ ଏମିତି କଥା

ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚି ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଭାରତୀୟ ଦଳ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲା । ଏହି ଭେଟ ପରେ ଭାରତୀୟ ହକି ଦଳର ଗୋଲକିପର ତଥା ବିଜୟର ପ୍ରମୁଖ ବିନ୍ଧାଣୀ ପି ଆର ଶ୍ରୀଜେସ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ମୋଦୀଙ୍କୁ ପ୍ରଶଂସା କରିବା ସହିତ ଖେଳରତ୍ନ ପୁରସ୍କାରକୁ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଜେସ୍ ।

ଖେଳାଳିଙ୍କ ସହିତ ଆଲୋଚନା ସମୟରେ ଭାରତୀୟ ହକି ଦଳର ବିଜୟକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ । ଭାରତୀୟ ଦଳ ଯେତେ ବି ପଦକ ଜିତୁ ନା କାହିଁକି ହକିରେ ପଦକ ବିନା ଭାରତର ଅଲିମ୍ପିକ୍ସ ଯାତ୍ରା ଅଧୁରା ରହିଥାଏ ବୋଲି ମୋଦୀ କହିଥିଲେ । ଏହା ସହିତ ମୋଦୀ ଯେଉଁଭଳି ଭାବରେ ଦଳ ସହିତ କଥା ହେଇଥିଲେ ଏହା ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହୋଇଥିଲା ବୋଲି ଶ୍ରୀଜେସ କହିଥିଲେ । ବିଜୟ ପରେ ସମସ୍ତେ କଥା ହୁଅନ୍ତି ମାତ୍ର ସେମି ପରାଜୟ ପରେ ଆପଣ ଯେଉଁଭଳି ଫୋନ କରିଥିଲେ ତାହା ସମୁଦାୟ ଦଳକୁ ଉତ୍ସାହିତ କରିଥିଲା ବୋଲି ଶ୍ରୀଜେସ କହିଥିଲେ । ଏହା ସହିତ ଶ୍ରୀଜେସଙ୍କ ଗୋଲ ପୋଷ୍ଟ ସେଲିବ୍ରେସନକୁ ମଧ୍ୟ ଆଲୋଚନା କରିଥିଲେ ମୋଦୀ । ଏହା ସହିତ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନାମରେ ଖେଲରତ୍ନକୁ ନାମିତ କରାଯିବାକୁ ସ୍ୱାଗତ କରିଛନ୍ତି ଶ୍ରୀଜେସ । ଏହା ସହିତ ମଜାରେ ଶ୍ରୀଜେସ କହିଥିଲେ ସେ ପଞ୍ଜାବୀ ଶିଖିଥିବାୁ ବେଳେ ବର୍ତ୍ତମାନ ଦଳୀୟ ଖେଳାଳିଙ୍କୁ ମାଲାୟଲମ ଶିଖାଇବା ତାଙ୍କର ପ୍ରଥମ କାମ ରହିବ ।

Get real time updates directly on you device, subscribe now.