fbpx

ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି: ଜାପାନକୁ ହରାଇ ସେମିରେ ଭାରତ

ଢ଼ାକା: ଗତଥରର ଟାଇଟଲ ବିଜେତା ତଥା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ଏଠାରେ ଚାଲିଥିବା ପଞ୍ଚ ରାଷ୍ଟ୍ରୀୟ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ଧାରା ବଜାୟ ରଖି ପ୍ରଥମ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଛି । ରବିବାର ଦିନ ଅନୁଷ୍ଠିତ ଶେଷ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚରେ ଏସିଆନ ଗେମ୍ସ ସ୍ୱର୍ଣ୍ଣଦକ ବିଜେତା ଜାପାନକୁ ୬- ୦ ଗୋଲରେ ପରାସ୍ତ କରିଛି ଭାରତ । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭାରତ ସମ୍ପୂର୍ଣ୍ଣ ଆଧି ତ୍ୟ ଜାହିର କରି ଖେଳିଥିବା ବେଳେ ଦଳ ପକ୍ଷରୁ ହରମନପ୍ରୀତ ସିଂ ୧୦ମ ଓ ୫୩ତମ ମିନିଟ ବେଳେ ଏକାକୀ ଦୁଇ ଗୋଲ ସ୍କୋର କରିଛନ୍ତି ।

ଅନ୍ୟପକ୍ଷରେ ଦୀଲପ୍ରୀତ ସିଂ ,ଜରମନପ୍ରୀତ ସିଂ, ସୁମିତ,ଶାମଶେର ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଲିଗ ମ୍ୟାଚ କୋରିଆ ବିକ୍ଷରେ ଖେଳି ଫଳାଫଳ ୨-୨ ଗୋଲରେ ଡ୍ର ରଖିଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ଟୁର୍ଣ୍ଣାମେଣ୍ଟ ଆୟୋଜକ ବାଂଲାଦେଶକୁ ୯-୦,ପାକିସ୍ତାନକୁ ୩-୧ ଓ ଆଜି ଜାପାନକୁ ୬-୦ରେ ପରାସ୍ତ କରି ସର୍ବାଧିକ ୧୦ ପଏଣ୍ଟ ହାସଲ କରିଛି । ଅନ୍ୟ ଚାରି ଦଳ କୋରିଆ ୬, ଜାପାନ ୫ ଓ ପାକିସ୍ତାନ ୨ ପଏଣ୍ଟ ପାଇଥିବା ବେଳେ ବାଂଲାଦେଶ କୌଣସି ପଏଣ୍ଟ ପାଇନାହିଁ । ଭାରତର ସେମିଫାଇନାଲ ପ୍ରତିଦ୍ୱନ୍ଦ୍ୱୀ ଦଳର ସ୍ଥିତି ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ଯେଉଁ ଦଳ ବିରୋଧରେ ଖେଳିବା ନେଇ କୌଣସି ଚିନ୍ତା ନାହିଁ । କାରଣ ବିଜୟ ଧାରା ବଜାୟ ରଖି ପୁଣି ଥରେ ଏହି ଚାମ୍ପିଅନଶିରେ ଆମେ ଟାଇଟଲ ହାସଲ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଭାରତୀୟ ଦଳ ଅଧିନାୟକ ମନପ୍ରୀତ ସିଂ ।

Get real time updates directly on you device, subscribe now.