fbpx

ଆମେରିକାରେ ଚମକିଲେ ଭାରତୀୟ ଯବାନ , ଷ୍ଟିପଲିଚେଜ୍‌ ରେସ୍‌ର ୩୦ବର୍ଷ ପୂରଣା ରେକର୍ଡ ଭାଙ୍ଗିଲେ ଅବିନାଶ

Advertisement

ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗୀତାରେ ଭାରତୀୟ ଯବାନ ଅବିନାଶ ସାବଲେ ୫୦୦୦ ମିଟର ଷ୍ଟିପଲିଚେଜ୍‌ ରେସ୍‌ରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି  । ସେ ଏହି ସଫଳତା ସହିତ ୩୦ ବର୍ଷ ତଳର ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।  । ମହାରାଷ୍ଟ୍ରର  ମ  ୨୭ ବର୍ଷୀୟ ଅବିନାଶ ଆମେରିକାର ସେନ୍‌ ଜୁଆନ କ୍ୟାପିଷ୍ଟ୍ରାନୋରେ ସାଉଣ୍ଡ ରନିଂ ଟ୍ରାକ୍‌ ମିଟକୁ ୧୩.୨୫.୬୫ ମିନିଟରେ ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି  ।

ସାବଲେ ଏହି ରେସରେ ଦ୍ୱାଦଶ ସ୍ଥାନରେ ରହିଥିବାବେଳେ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟାକବ୍‌ ଇଂଗ୍ରିବ୍ରିଗସ୍ତେନ୍‌ ଚାମ୍ପିଅନ ହୋଇଥିଲେ । ସେ ୧୩.୦୨.୦୩ ସେକେଣ୍ଡରେ ରେସକୁ ସମ୍ପୂର୍ଣ୍ଣ କରିଥିଲେ  । ସାବଲେ ବାହାଦୁର ପ୍ରସାଦଙ୍କ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି  । ବାହାଦୁର ବର୍ମିଂହାମରେ ୧୩.୨୯.୭୦ ସେକେଣ୍ଡ ର ରେକର୍ଡ ପ୍ରତିଷ୍ଠା କରିଥିଲେ  । ଏହାକୁ ବର୍ତ୍ତମାନ ଭାଙ୍ଗିଛନ୍ତି ଅବିନାଶ । ସେ ଭାରତୀୟ ସେନାର ଜଣେ ଯବାନ ।

ସୂଚନାଯୋଗ୍ୟ, ଅବିନାଶଙ୍କ ନାମରେ ତିନି ହଜାର ମିଟର ଷ୍ଟିଲିଚେଜରେ ଜାତୀୟ ରେକର୍ଡ ବି ରହିଛି  । ସେ ଅନେକ ଥର ନିଜର ରେକର୍ଡ ଭାଙ୍ଗିଛନ୍ତି  । ସେ ମାର୍ଚ୍ଚରେ ତିରଅନନ୍ତପୁରମରେ ଭାରତୀୟ ଗ୍ରାଁ ପ୍ରି-୨କୁ ୮.୧୬.୨୧ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଥିଲେ  ।

Get real time updates directly on you device, subscribe now.