fbpx

ବିଦେଶରେ ଖୋଜୁଛନ୍ତି ଜୀବନ ସାଥୀ: ରେଲୱେ ଷ୍ଟେସନରେ ଲଗାଇଲେ ୨ ଲକ୍ଷର ପୋଷ୍ଟର, ଜାଣନ୍ତୁ କିିଏ ଏହି ଯୁବକ

Advertisement

ବର୍ତ୍ତମାନ ଚାଲିଛି ଡିଜିଟାଲ ଯୁଗ । ଏମିତିରେ ପୂର୍ବଭଳି ଲୋକମାନେ ଖବରକାଗଜରେ ଆଉ ଜୀବନସାଥୀ ଖୋଜିବା ପାଇଁ କମ ହୋଇଯାଇଛି । ଅବଶ୍ୟ, ଏବେବି ଏହା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇନାହିଁ । କିନ୍ତୁ ବର୍ତ୍ତମାନ ସବୁଠୁ ଲୋକପ୍ରିୟ ହୋଇଛି ଡିଜିଟାଲ ପ୍ଲାଟଫର୍ମ ଯେମିତିକି ମ୍ୟାଟ୍ରିମୋନୀ ସାଇଟ୍ ଗୁଡ଼ିକ । ଏହାଦ୍ୱାରା ଅନେକ ଲୋକ ନିଜ ଜୀବନସାଥୀଙ୍କୁ ଖୋଜିପାରୁଛନ୍ତି । ତେବେ ହୁଏତ ଏବେ ସମୟ ବହୁତ ଆଗକୁ ଚାଲିଆସିଲାଣି । ସୋସିଆଲ ମିଡିଆରେ ଏବେ ଜଣେ ଭାରତୀୟ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଭାରତୀୟ ଜଣକ ବିଦେଶରେ ନିଜ ପାଇଁ ଜଣେ ଭାରତୀୟ କନ୍ୟା ଖୋଜୁଛନ୍ତି, ଆଉ ଏଥିପାଇଁ ସେ ଏକ ଭିନ୍ନ ଉପାୟ ଆପଣାଇଛନ୍ତି ।

୩୧ ବର୍ଷୀୟ ଜୀବନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଣ୍ଡନରେ ରହୁଥିବା ଜୀବନ ହେବାକୁ ଥିବା ନିଜ ଜୀବନସାଥୀଙ୍କ ପାଇଁ ସନ୍ଧାନରେ ଏକ ୱେବସାଇଟ ତିଆରି କରିଛନ୍ତି । ଏହାପରେ ସେ ସେହି ୱେବସାଇଟକୁ ପ୍ରମୋଶନ କରିବା ପାଇଁ ଦୁଇ ଲକ୍ଷ ଖର୍ଚ୍ଚ କରିଛନ୍ତି କାରଣ ସେ ଏହି ଦୁଇ ଲକ୍ଷ ଟଙ୍କାରେ ବିଲ୍ ବୋର୍ଡ ଲଗାଇଛନ୍ତି । ଯାହା ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ସହ ସେ ଏକ ଆକର୍ଷକ ଟ୍ୟାଗ ଲାଇନ ମଧ୍ୟ ରଖିଛନ୍ତି ଏବଂ ଲେଖିଛନ୍ତି ସବୁଠାରୁ ଭଲ ଜୀବନସାଥୀ ଆପଣଙ୍କୁ ଏଠାରେ ମିଳିବ ।

ଜୀବନ ଅକ୍ସଫୋର୍ଡ ସର୍କସ ଷ୍ଟେସନରେ ଏହି ବିଲ୍ ବୋର୍ଡ ଲଗାଇଛନ୍ତି । ଏଥିରେ ସେ ତାଙ୍କର ପ୍ରାୟ ୨୦ଫୁଟ୍ ଫଟୋ ଲଗାଇଛନ୍ତି ଏବଂ ଏହାକୁ ସେ ଦୁଇସପ୍ତାହ ପାଇଁ ଲଗାଇଛନ୍ତି ଯାହାର ଦାମ୍ ରହିଛି ୨ ଲକ୍ଷ ଟଙ୍କା ।

 

Get real time updates directly on you device, subscribe now.