fbpx

ବିଶ୍ୱ ଅର୍ଥନୀତିରେ ପୁଣି ୫ମ ସ୍ଥାନ ଦଖଲ କଲା ଭାରତ, ଆଦାନୀଙ୍କ ଉପରେ ବଢୁଛି ନିବେଶକଙ୍କ ବିଶ୍ୱାସ

Advertisement

ନୂଆଦିଲ୍ଲୀ: ବିଶ୍ୱ ପୁଞ୍ଜି ବଜାରରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଷ୍ଟକ୍ ବଜାରରେ ଆଦାନୀ ଗ୍ରୁପ୍‌ର ସେୟାର ପୁଣି ଉପର ମୁହାଁ ହେବା ପରେ ଭାରତ ପ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୁର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।

ରୋଜଗାର ଅଭିବୃଦ୍ଧିର ଦୃଷ୍ଟିକୋଣରୁ ଦକ୍ଷିଣ ଏସୀୟ ଦେଶର ଇକ୍ୱିଟିର ଅବିବୃଦ୍ଧିକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିଛି, ଯାହା ଗତ ଦୁଇ ବର୍ଷ ମଧ୍ୟରେ ଅଧିକାଂଶ ବିଶ୍ୱ ପ୍ରତିଦ୍ୱନ୍ଦିଙ୍କୁ ଅତିକ୍ରମ କରିଛି। ତେବେ ଏହାପରେ ମଧ୍ୟ ଭାରତୀୟ ବଜାର ମୂଲ୍ୟ ଜାନୁଆରୀ ୨୪ ତାରିଖ ପରଠୁ ୬% କମ୍ ରହିଛି। ଯେଉଁଦିନ ଆଦାନୀ ସମୁହର ଷ୍ଟକ୍ ତଳମୁହାଁ ହୋଇଥିଲା। ତେବେ ନିବେଶକଙ୍କ ଆତ୍ମବିଶ୍ୱାସ ଫେରାଇବା ପାଇଁ ଆଦାନୀ ସମୁହ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଏହାର ଅଂଶଧନକୁ କିଛି ମୂଲ୍ୟ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଛି, ତଥାପି ଆଦାନୀ ଗ୍ରୁପ୍ ଏହାର ପୁର୍ବ ପୁଞ୍ଜିଠାରୁ ୧୨୦ ବିଲିୟନ ଡଲାର୍ କମ୍ ରହିଛନ୍ତି।

ଅନ୍ୟପଟେ ନଭେମ୍ବରରୁ ଭାରତୀୟ ଇକ୍ୱିଟିରୁ ପୁଞ୍ଜି ପ୍ରତ୍ୟାହାର କରିବା ପରେ, ବିଦେଶୀ ନିବେଶକମାନେ ଚଳିତ ମାସରୁ ଫେବୃଆରୀ ୯ ପର୍ଯ୍ୟନ୍ତ ସାତଟି ଅଧିବେଶନ ମଧ୍ୟରୁ ଦୁଇଟିରେ ସବୁଠୁ ବଡ଼ କ୍ରେତା ଥିଲେ। ଯେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେସରେ ଦରଦାମ ନିନୟନ୍ତ୍ରଣ କରିବା ପାଇଁ ସୁଧ ବୃଦ୍ଧି କରିଥିଲା।

ଶେଷ ତ୍ରୈମାସିକ ରିପୋର୍ଟିକୁ ନଜରରେ ରଖି ବିଶ୍ଳେଷକମାନେ ଆକଳନ କରିଛନ୍ତି ଯେ ଏମଏସ୍‌ସିଅଇ ଇଣ୍ଡିଆ କମ୍ପାନୀଗୁଡିକରେ ସେୟାର ପ୍ରତି ଆୟ ଚଳିତ ବର୍ଷ ୧୪.୫% ବୃଦ୍ଧି ପାଇବ । ସେହିପରି ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ ସୋ ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ଚୀନ୍ ପାଇଁ ମଧ୍ୟ ସମାନ ଆଶା ଏବଂ ଅଧିକାଂଶ ପ୍ରମୁଖ ବଜାର ଅପେକ୍ଷା ଭଲ ରହିବ । ଅପରପକ୍ଷେ, ଆମେରିକୀୟ ସଂସ୍ଥାଗୁଡ଼ିକର ଇପିଏସ୍ ୦.୮% ବୃଦ୍ଧି ପାଇବ ।

Get real time updates directly on you device, subscribe now.