fbpx

ମୁସଲିମ ଦେଶକୁ ଯାଇ ପାରିବେ ନାହିଁ ଭାରତୀୟ ମୁସଲମାନ: ଦେଖାଇବାକୁ ପଡ଼ିବ PCC, ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ମୁସଲମାନଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଏଣିକି ଭାରତୀୟ ମୁସଲମାନମାନେ ବିନା ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ (ପିସିସି)ରେ ମୁସଲିମ ଦେଶକୁ ଯାଇ ପାରିବେ ନାହିଁ । ଏଥିସହିତ ସେମାନଙ୍କର ପାସପୋର୍ଟ ଭିସାକୁ ମଧ୍ୟ ଯାଞ୍ଚ କରାଯିବ । ଦୁବାଇ, କୁଏତ, ସାଉଦୀ ଅରବ ପରି ମୁସଲିମ ଦେଶକୁ ଯିବା ପୂର୍ବରୁ ସେମାନଙ୍କୁ ପିସିସି ଦେଖାଇବାକୁ ପଡ଼ିବ ।

ଯେଉଁ ଭାରତୀୟ ମୁସଲମାନମାନେ ମୁସଲିମ ଦେଶକୁ ଯାଉଛନ୍ତି, ସେମାନଙ୍କ ନାମରେ କୌଣସି ପ୍ରକାରର ଅପରାଧିକ ମାମଲା ଦାୟର ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ହେବା ପାଇଁ ଏହି ନିୟମ ଲାଗୁ ହୋଇଛି । ତେବେ ଏହି ନିୟମ ଲାଗୁ ହେବା ପରେ ମୁସଲିମ ଦେଶକୁ ଯାତ୍ରା କରିବାକୁ ଅପେକ୍ଷା କରିଥିବା କିଛି ଲୋକ ଉତ୍ତରପ୍ରଦେଶର ବରେଲୀର ଏସଏସପି ଅଫିସରେ ପିସିସି ପାଇଁ ଆବେଦନ କରୁଥିବା ଦେଖାଯାଉଛି ।

ଏନେଇ କିଛି ହିନ୍ଦୁ ବିଚାରବାଦୀ ଲୋକ କହିଛନ୍ତି, ଭାରତରେ ଯଦି ମୁସଲମାନଙ୍କଠାରୁ କୌଣସି ଦସ୍ତାବିଜ ମଗାଯାଏ, ତେବେ ହଙ୍ଗାମା ସୃଷ୍ଟି ହୋଇଥାଏ । ଏଥିସହିତ ଚାରିଆଡ଼ୁ ଭିନ୍ନ ଭିନ୍ନ ଟିପ୍ପଣୀ ମଧ୍ୟ ଆସିଥାଏ । ଏପରିକି ସଂଖ୍ୟାଲଘୁଙ୍କ ସହ ଉତ୍ପୀଡ଼ନ ଓ ଭେଦଭାବ ହେଉଥିବା ଅଭିଯୋଗ କରାଯାଏ । ମାତ୍ର ଅନ୍ୟ ମୁସଲିମ ଦେଶରେ ଏହି ନିୟମ ଲାଗୁ ହେବା ପରେ କେହି ଆପତ୍ତି କରନ୍ତି ନାହିଁ ।

Get real time updates directly on you device, subscribe now.