ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଦ୍ରୁତ ବୋଲର ଅବସର ଘୋଷଣା କରିଛନ୍ତି । ଏନେଇ ଖେଳାଳି ଜଣଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଓ ଟି-୨୦ ଫର୍ମାଟରେ ଖେଳିବାର ସୁଯୋଗ ପାଇଥିଲେ । ମାତ୍ର ଗତ ୫ ବର୍ଷ ହେଲା ଏହି ଖେଳାଳି ଜଣଙ୍କ ଟିମ୍ ଇଣ୍ଡିଆରୁ ବାହାରେ ରହିଥିଲେ । ପେସ ବୋଲର ସିଦ୍ଧାର୍ଥ କୌଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସିଦ୍ଧାର୍ଥଙ୍କ ଏହି ଅଚାନକ ନିଷ୍ପତ୍ତିରେ ଅନେକ କ୍ରିକେଟର ଓ ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି ।
ସିଦ୍ଧାର୍ଥ ଟିମ୍ ଇଣ୍ଡିଆ ପାଇଁ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ମଧ୍ୟ ଖେଳିଥିଲେ । ଏହି ଅବସରରେ ପୋଷ୍ଟରେ ସିଦ୍ଧାର୍ଥ ଲେଖିଛନ୍ତି, ‘ମୁଁ ଛୋଟ ଥିବା ବେଳେ ପଞ୍ଜାବର ମୈଦାନରେ କ୍ରିକେଟ ଖେଳୁଥିଲି । ଦେଶ ପାଇଁ ପ୍ରତିନିଧିତ୍ୱ କରିବା ମୋର ଏକ ସ୍ୱପ୍ନ ଥିଲା । ୨୦୧୮ରେ ମୁଁ ଈଶ୍ୱରଙ୍କ କୃପାରୁ ମୋତେ ଟି-୨୦ରେ ନିଜର ଇଣ୍ଡିଆନ କ୍ୟାପ ନମ୍ବର ୭୫ ଓ ଦିନିକିଆ ଟଇମରେ କ୍ୟାପ ନମ୍ବର ୨୨୧ ମିଳିଥିଲା । ଏବେ ଭାରତ ପାଇଁ ନିଜର କ୍ୟାରିୟର ସମାପ୍ତ କରିବାର ସମୟ ଆସିଯାଇଛି । ମୁଁ କ୍ରିକେଟରୁ ନିଜର ସନ୍ନ୍ୟାସ ଘୋଷଣା କରୁଛି ।’
View this post on Instagram