fbpx

kavach 4.0 : ଆଉ ହେବନି ରେଳ ଦୁର୍ଘଟଣା, ଏଣିକି 7-8 କିମି ଦୂରରୁ ମିଳିବ ସିଗନାଲ୍

ନୂଆଦିଲ୍ଲୀ: ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ । ଟ୍ରେନରେ ଲାଗିଲା କବଚ 4.0 । ଏଣିକି ଆଉ ହେବନି ରେଳ ଦୁର୍ଘଟଣା । ଆଗାମୀ କିଛି ବର୍ଷ ମଧ୍ୟରେ ସବୁ ଟ୍ରେନରେ ଏହା ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । କବଚ ଲାଗିଲା ପରେ 7-8 କିମି ଦୂରରୁ ମିଳିବ ସିଗନାଲ୍ । ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡରେ ରଖାଯାଇ ପାରିବ ତାହା ସ୍ପଷ୍ଟ ହୋଇପାରିବ । ରାଜସ୍ଥାନର ସଓ୍ବାର ମାଧୋପୁରରୁ କୋଟା ମଧ୍ୟରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ବେଳେ ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି ।

କବଚ କଣ- ଯଦି ଦେଖିବା ଟ୍ରେନରେ କବଚର ବ୍ୟବହାର ଦ୍ବାରା ବଡ ବଡ ରେଳ ଦୁର୍ଘଟଣାକୁ କିଛି ମାତ୍ରାରେ ଏଡାଇ ଯାଇପାରିବ । ଟ୍ରେନର ଗତି ଉପରେ ନିୟନ୍ତ୍ରଣ ରଖାଯାଇପାରିବ । 7ରୁ 8 କିଲୋମିଟର ଦୂର ଯାଏଁ ସିଗନାଲ ଦେଖି ହେବ ।  କେଉଁ ସ୍ଥାନରେ ଟ୍ରେନକୁ କେତେ ସ୍ପିଡରେ ରଖିହେବ ତାହା ମଧ୍ୟ ଜାଣିହେବ । ତେବେ ଲୋକପାଇଲଟ ବ୍ରେକ ନେଦେଲେ ମଧ୍ୟ କବଚ ଅଟୋମେଟିକ ବ୍ରେକ ଦେଇ ରେଳ ଦୁର୍ଘଟଣାକୁ ଏଡାଇ ଦେଇପାରିବ । ତେବେ ଗତକାଲି ଏହି କବଚର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା 10 ବର୍ଷ ମଧ୍ୟରେ ସବୁ ଟ୍ରେନରେ ଏହି କବଚ ଲଗାଯିବା ନେଇ ସୂଚନା ଦିଆଯାଇଛି । ତେବେ ଗତ କିଛି ଦିନ ହେବ ରେଳ ଦୁର୍ଘଟଣା ଲାଗି ରହିଥିବା ବେଳେ ଏହା କିଛି ମାତ୍ରାରେ କମ୍ ହୋଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.