fbpx
BSKY
BJD MC SKY
BJD YOUTH SKY

ଇଂଲଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ଭାରତୀୟ ଚୟନକର୍ତ୍ତା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଇଂଲଣ୍ଡରେ କଡା କରୋନା କଟକଣା ଯୋଗୁ ଭାରତୀୟ କ୍ରିକେଟ ଦଳ ସହିତ ବିସିସିଆଇ ଖେଳାଳି ଚୟନ କମିଟିର କୌଣସି ସଦସ୍ୟ ଯାଇ ପାରି ନ ଥିଲେ । ମାତ୍ର ପରିସ୍ଥିତି ଦୃଷ୍ଟିରୁ ଜାତୀୟ ଚୟନକର୍ତ୍ତା ଇଂଲଣ୍ଡ ଗସ୍ତରେ ଯିବାକୁ ପଡିବ ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜାତୀୟ ସିନିଅର ଖେଳାଳି ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା ଖୁବ ଶୀଘ୍ର ଇଂଲଣ୍ଡ ଗସ୍ତରେ ଯାଇ ଭାରତୀୟ ଦଳ ସହ ଯୋଗ ଦେବେ । ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲରେ ଭାରତ ଶୋଚନୀୟ ପରାଜୟ ସ୍ୱିକାର କରିଥିଲା । ଆସନ୍ତା ଅଗଷ୍ଟ ୪ ତାରିଖରୁ ଭାରତୀୟ ଦଳ ଇଂଲଣ୍ଡ ବିରୋଧରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଚେତନ ଶର୍ମା ଇଂଲଣ୍ଡ ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସେହିପରି ଅନ୍ୟ ଦୁଇ ଜାତୀୟ ଖେଳାଳି ଚୟନକର୍ତ୍ତା ଆବେ କୁରୁଭିଲ୍ଲା ଓ ଦେବାଶିଷ ମହାନ୍ତି ଭାରତୀୟ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯିବେ । ଆସନ୍ତା ଜୁଲାଇ ମାସରେ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରି ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଚୟନକର୍ତ୍ତା କୁରୁଭିଲ୍ଲ ଓ ଦେବଶିଷ ମହାନ୍ତି ସଂପ୍ରତି ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳ ସହ ସ୍ଥାନୀୟ ଏକ ପଞ୍ଚ ତାରକା ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ଭାରତ ଶ୍ରୀଲଙ୍କା ଦିନିକିଆ ସିରିଜର ତିନି ମ୍ୟାଚ ଆସନ୍ତା ଜୁଲାଇ ୧୩,୧୬ ଓ ୧୮ତାରିଖ ଓ ଟି-୨୦ ସିରିଜ ମ୍ୟାଚ ଜୁଲାଇ ୨୧ ,୨୩ ଓ ୨୫ ତାରିଖ ଦିନ ଅନୁଷ୍ଠିତ ହେବ । ନ୍ୟାସନାଲ କ୍ରିକେଟ ଏକାଡେମୀର ଡାଇରେକ୍ଟର ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳକୁ ତାଲିମ ଦେଉଛନ୍ତି ।

ସୂଚନା ଯୋଗ୍ୟ ଯେ ଭାରତୀୟ ଦଳପାଇଁ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ଘରୋଇ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ଭାରତ ୩-୧ରେ ପରାସ୍ତ କରିଥିବାରୁ ଆଗାମୀ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ହରାଇ ପୂର୍ବ ପରାଜୟର ଚରମ ପ୍ରତିଶୋଧ ନେବା ଲକ୍ଷ୍ୟରେ ଇଂଲଣ୍ଡ ରହିଛି । ତେଣୁ ଇଂଲଣ୍ଡ ଦଳକୁ ସୁହାଇବା ପରି ପିଚ୍‌ ପ୍ରସ୍ତୁତ କରାଯିବା ପାଇଁ ଥିବାରୁ ଭାରତୀୟ ଦଳ ଅତି ସତର୍କତାର ସହିତ ଖେଳିବାକୁ ପଡିବ । ମୁଖ୍ୟତଃ ଇଂଲଣ୍ଡ ପେସ୍‌ ବୋଲରଙ୍କୁ ସମ୍ମୁଖୀନକରିବା ଭାରତୀୟ ଦଳ ପାଇଁ ବଡ ଚାଲେଞ୍ଜ ।

Get real time updates directly on you device, subscribe now.