Champions Trophy ପାଇଁ ଭାରତୀୟ ଦଳ ଘୋଷଣା: ୧୭ ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ Squad

ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ଏହି ଖେଳାଳିଙ୍କୁ ମିଳି ସୁଯୋଗ, ଘୋଷଣା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଫେବୃଆରୀରେ ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ଭାରତୀୟ ଖେଳାଳିଙ୍କ ଚୟନକୁ ସମସ୍ତଙ୍କର ଅପେକ୍ଷା ରହିଛି । ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ।

କିନ୍ତୁ ଏହାପୂର୍ବରୁ ଶ୍ରୀଲଙ୍କାରେ ଖେଳାଯିବ ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି । ଜାନୁୟାରୀ ୧୨ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ ଇଣ୍ଡିଆ ଘୋଷଣା ହୋଇଯାଇଛି ।

ଘୋଷଣା ହେଲା ଟିମ ଇଣ୍ଡିଆ: ୨୦୧୯ ପରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି ଖେଳାଯିବ । ଏଥିପାଇଁ ରୋହିତ ଜଲାନୀଙ୍କୁ କୋଚ୍ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଦଳରେ ୧୭ ଜଣ କ୍ରିକେଟରଙ୍କୁ ଦଳରେ ସୁଯୋଗ ମିଳିଛି ।

ଏହି ଖେଳାଳିଙ୍କୁ ସୁଯୋଗ: ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫିରେ ବିକ୍ରାନ୍ତ ରବିନ୍ଦ୍ର କେନୀଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଉପ-ଅଧିନାୟକ ଭାବରେ ରବିନ୍ଦ୍ର ଗୋପୀନାଥ ସାଣ୍ଟେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: ବିକ୍ରାନ୍ତ ରବିନ୍ଦ୍ର କେନୀ(ଅଧିନାୟକ), ରବିନ୍ଦ୍ର ଗୋପୀନାଥ ସାଣ୍ଟେ(ଉପ-ଅଧିନାୟକ), ଯୋଗେନ୍ଦର ସିଂହ, ଅଖିଲ ରେଡ୍ଡୀ, ରାଧିକା ପ୍ରସାଦ, ଦେପେନ୍ଦ୍ର ସିଂହ, ଆକାଶ ଅନୀଲ ପାଟିଲ, ସନୀ ଗୋୟତ, ପବନ କୁମାର, ଜିତେନ୍ଦ୍ର, ନରେନ୍ଦ୍ର, ରାଜେଶ, ନିଖିଲ ମନହାସ, ଆମିର ହସନ୍, ମାଜିଦ ମାଗରେ, କ୍ରୁଣାଳ ଦତ୍ତାତ୍ରେୟ ଫନାସେ ଏବଂ ସୁରେନ୍ଦ୍ର ।

ଭାରତର ମ୍ୟାଚ୍ ତାରିଖ: ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଜାନୁୟାରୀ ୧୨ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଏହାପରେ ୧୩ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏବଂ ତୃତୀୟ ମ୍ୟାଚରେ ୧୫ ତାରିଖରେ ଶ୍ରୀଲଙ୍କାକୁ ଭେଟିବ ଟିମ ଇଣ୍ଡିଆ ।

୧୬ ତାରିଖରେ ପୁଣିଥରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳାଯିବ । ଏହାପରେ ଜାନୁୟାରୀ ୧୮ ତାରିଖରେ ଇଂଲଣ୍ଡ ଏବଂ ୧୯ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବ ଭାରତୀୟ ଦଳ । ଜାନୁୟାରୀ ୨୧ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ ।