fbpx

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରଙ୍କ ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନଥିବା ବେଳେ ୟୁକ୍ରେନର ରାଜଧାନୀ କିଭରେ ଏହି ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଛି ।

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଏ ବାବଦରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଖାରକିଭରେ କର୍ଣ୍ଣାଟକର ମେଡିକାଲ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡ଼ର ରୁଷିଆର ରକେଟ ମାଡ଼ରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.