fbpx

ଆମେରିକା ଛାତ୍ରଙ୍କୁ ଗୀତ ମାଧ୍ୟମରେ ଗଣିତ ପଢ଼ାଇଲେ ଭାରତୀୟ ଶିକ୍ଷକ: Video ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣମାନେ ଅନେକ ଶିକ୍ଷକଙ୍କୁ ନିଜ ଷ୍ଟାଇଲରେ ବା ନୂଆ ପଦ୍ଧତିରେ ଛୁଆଙ୍କୁ ପାଠ ପଢ଼ାଉଥିବାର ତ ନିଶ୍ଚିତ ଦେଖିଥିବେ । ଏପରି ପରିସ୍ଥିତିରେ କୁହାଯାଏ କି, ଯଦି ଶିକ୍ଷକଙ୍କ ପାଠ ପଢ଼ାଇବା ପଦ୍ଧତି ମନଛୁଆଁ ହୁଏ, ତେବେ କଠିନରୁ କଠିନ ପାଠ ମଧ୍ୟ ଅତି ସହଜରେ ବୁଝାପଡେ । ଏପରି କିଛି ଷ୍ଟାଇଲ ଜଣେ ଭାରତୀୟ ଶିକ୍ଷକଙ୍କ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଆମେରିକାର ଛାତ୍ରଙ୍କୁ ଗୀତ ଗାଇ ଗାଇ ପଢ଼ାଉଥିବାର ଦେଖିବାକୁ ମିଳିଛି ।

ଟ୍ୱିଟରରେ ଏକ ରୋମାଞ୍ଚକର ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ହୃଦୟକୁ ଛୁଇଁଯାଇଛି । ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି,ଯେଉଁଥିରେ ବାଲା ରେଡ୍ଡୀ ନାମକ ଜରେ ଭାରତୀୟ ଶିକ୍ଷକ ଆମେରିକାରେ ଛାତ୍ରଛାତ୍ରୀଙ୍କୁ ମଜାଦାର ଷ୍ଟାଇଲରେ Trigonometry ପଢ଼ାଉଥିବା ଦେଖିବାକୁ ମିଳିଛି ।

ତେବେ କିଛି ଲୋକ ଗଣିତକୁ ଏକ କଠିନ ବିଷୟ ଭାବିଥାନ୍ତି । ଗଣିତର ପ୍ରଶ୍ନକୁ ସମାଧାନ କରିବାକୁ ଗୋଟିଏ ପରେ ଗୋଟିଏ ଫର୍ମୂଲା ମନେପକାଇବାକୁ ପଡିଥାଏ, ଯାହାକି ଏତେ ସହଜ ନୁହେଁ । କିନ୍ତୁ ଭାରତୀୟ ଏହି ଶିକ୍ଷକ ଜଣକ ସର୍ଟକଟ ଉପାୟରେ କଠିନ ଗଣିତର ଫର୍ମୂଲାକୁ ଗୀତରେ ବଦଳାଇଛନ୍ତ । ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.